ସହରରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ସହରରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ସହରରେ ଖୋଲା ଓ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଛୋଟ ବଡ଼ ଡ୍ରେନ୍ ଗୁଡ଼ିକର ମରାମତି ଏବଂ ଡ୍ରେନକଡ଼ରେ ତାର ବାଡ଼ ବୁଲାଇବା ଦାବିରେ ହିନ୍ଦୁସେନା ନେତୃତ୍ୱରେ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ସ୍ଥାନୀୟ କଲ୍ୟାଣୀ ନଗରରୁ ନୂଆବଜାର ଆଡ଼କୁ ଯାଇଥିବା ମୂଖ୍ୟନାଳ ଲୋକମାନଙ୍କର ଚିନ୍ତା ବଢିବାରେ ଲାଗିଛି । ନାଳର ଦୁଇପଟେ ତା’ର ବାଡ଼ ନଥିବାରୁ ଏହି ନାଳ ଉଭୟ ପଶୁ ଏବଂ ମଣିଷ ମାନଙ୍କର ମରଣଯନ୍ତା ପାଲଟିଛି । କିଛିଦିନ ପୂର୍ବରୁ ଏହି ନାଳରେ ଭାରସାମ୍ୟ ହରାଇ ଜଣେ ଲୋକଙ୍କର ଜୀବନ ହାନୀ ଘଟିଛି । ପୁନଶ୍ଚ ପ୍ରତ୍ୟେକ ଦିନ ଏହି ଖୋଲା ନାଳରେ ଗାଈ, ଷଣ୍ଢ ଏବଂ ବିଭିନ୍ନ ପଶୁ ପଡ଼ିଯିବାର ନଜର ଆସୁଛି । ଫଳରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ କଷ୍ଟରେ ପଡ଼ିଥିବା ପଶୁମାନଙ୍କୁ ଉଦ୍ଧାର କରାଯାଉଛି । ଏଥି ସହିତ ସମୟେ ସମୟେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବାରୁ ଗାଈ, ଷଣ୍ଢ ଆଦି ପଶୁମାନଙ୍କର ଜୀବନ ହାନି ହେଉଥିବା ନଜର ଆସୁଛି । ଏହି ମୁଖ୍ୟ ଡ୍ରେନ ଛଡ଼ା ସହରରେ ବହୁ ବିପଦ ସଂଖୁଳ ଅବସ୍ଥାରେ ବହୁ ନାଳ ପଡ଼ିରହିଛି । ଏଥିପ୍ରତି ଯଦି ପ୍ରଶାସନ ସଜାଗ ନହୁଏ ଆଗାମୀ ଦିନମାନଙ୍କରେ ବହୁ ଧନ-ଜୀବନ ହାନି ହେବାର ଆଶଙ୍କା ରହିଛି । ତେଣୁ ଏହି ସମସ୍ୟା ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରିବା ଦିଗରେ ତୁରନ୍ତ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ହିନ୍ଦୁସେନା ପକ୍ଷରୁ ରାଜ୍ୟ ସଭାପତି ଦେବାଶିଷ ରାଉତ, ମୁଖ୍ୟ ଉପଦେଷ୍ଟା ସଞ୍ଜିତ ସାମଲ, ସାଧାରଣ ସମ୍ପାଦକ ହରିଚନ୍ଦନ ନାୟକ, କୋଷାଧ୍ୟକ୍ଷ ଅଭିଶେକ ଜେନା, ଜିଲ୍ଲାସଭାପତି ଆଶିଷ କୁମାର ମହାନ୍ତି, ରଞ୍ଜିତ ମଲ୍ଲିକ, ଦୀପ୍ତିରଞ୍ଜନ ସ୍ୱାଇଁ, ଦେବାଶିଷ ପ୍ରଧାନ, ଅଶୋକ କୁମାର ସାହୁ ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *