ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ

ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ (ଏନ୍‌.ଏମ୍‌.): ଓଡିଶା ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରକାଶଥାଉକି ଶ୍ରୀ ନାୟକ କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି । ଆଜି ପୂର୍ବାହ୍ନରେ ସେ ଉପନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ ଶ୍ରୀ ନାୟକ ଦୀର୍ଘ ୨୭ ବର୍ଷରୁ ଉର୍ଦ୍ଧ ସମୟ ଧରି ଓଡିଶା ସୂଚନା ସେବାରେ ବିଭିନ୍ନ ଜିଲ୍ଲାର ପଦପଦବୀରେ ଯଥା ରାଜ୍ୟ ସଦର ମହକୁମା ସହିତ କଟକ, ମୟୂରଭଞ୍ଜ, ବୌଦ୍ଧ, ଢେଙ୍କାନାଳ, ସମ୍ବଲପୁର, ଜୟଦେବ ଭବନ, ଶିଳ୍ପ ନିର୍ଦ୍ଦେଶାଳୟର ପ୍ରଚାର ଅଧିକାରୀ, କଟକ-ଭୁବନେଶ୍ୱର ପୁଲିସ କମିଶନରଙ୍କ ଲୋକସମ୍ପର୍କ ଅଧିକାରୀ, ପ୍ରଦର୍ଶନୀ ସଂଗଠକ ଇତ୍ୟାଦି ପଦବୀ ଗୁଡିକରେ କାର୍ଯ୍ୟକରିଛନ୍ତି । ଜଣେ ଉଚ୍ଚଶିକ୍ଷିତ ଅଧିକାରୀ ଭାବେ ସେ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହ ବିଭିନ୍ନ ପୁରସ୍କାର ଲାଭ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *