ଚୌଦ୍ୱାରରେ ଚକ୍ଷୁଚିକିତ୍ସା ଶିବିର

ଚୌଦ୍ୱାରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ବଡ଼ବଜାର ସ୍ଥିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲାମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଲିଗାଲ ଏଡ୍ ୱାର୍କସ ଏବଂ ଚଣ୍ଡିଖୋଲସ୍ଥିତ ସାଇ ନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ଶତାଧିକ ଅସହାୟ ବୃଦ୍ଧ ଏବଂ ବୃଦ୍ଧାମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା ସହ ମୋତିଆବିନ୍ଦୁର ପରୀକ୍ଷଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସସିବି ମେଡ଼ିକାଲର ହେପାଟୋଲୋଜି ବିଭାଗ ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା ଉଦ୍‌ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଚୌଦ୍ୱାର ପୌର ଅଧିକାରୀ ପବିତ୍ର ବେହେରା ଯୋଗଦେଇଥିଲେ । ଚିକିତ୍ସାଳୟର ଉନ୍ନୟନ ଅଧିକାରୀ ଜାହିର ଉଦିନ ଶାହ, ସହ ଡାକ୍ତର ଲକ୍ଷ୍ମୀପ୍ରିୟା ନାୟକ, ଅସ୍ତ୍ରୋପଚାର ସହଯୋଗୀ ଭାରତୀ ସାହୁ ଓ ସୁଭଦ୍ରା ବେହେରା ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଶିବିରରେ ୨ଶହରୁ ଉର୍ଦ୍ଧ୍ୱ ରୋଗୀ ଚକ୍ଷୁଚିକିତ୍ସା କରାଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ଜଣ ରୋଗୀଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିକିତ୍ସାଳୟକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ନାୟକ, ସମ୍ପାଦକ ମାନସ କୁମାର ସାହୁ, ସଂଗ୍ରାମ ଦାସ, ଧନେଶ୍ୱର ସାହୁ, ସୌରଭ ସ୍ୱାଇଁ, ରଞ୍ଜିତ ସାହୁ, ରାଜେଶ୍ ଓଝା, କୈଳାସ ବରାଳ, ଇମ୍ଫା ଲୋକସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *