ଷଷ୍ଠ ଦେବଦତ୍ତ ରାୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଷଷ୍ଠ ଦେବଦତ୍ତ ରାୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଫଟୋ- ପଦ୍ମଲୋଚନ ମିଶ୍ର

ବାରଙ୍ଗ(ଏନ୍‌.ଏମ୍‌.): ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ବେଣ୍ଟୁଆ ଗ୍ରାମ ପଞ୍ଚାୟତ ଠାରେ ଆଦିଦେବୀ ଆଦିବାସୀ ବେଣ୍ଟୁଆ କ୍ଲବ ପକ୍ଷରୁ ଅନୁଷ୍ଠାନର ପ୍ରତିଷ୍ଠାତା ବର୍ଷିୟାନ ସମାଜସେବୀ ମୁଣ୍ଡଳି ଗ୍ରାମବାସୀ ସ୍ୱର୍ଗତ ଦେବଦତ୍ତ ରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଷଷ୍ଠ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, କ୍ଲବ ଦ୍ୱାରା ନିର୍ମିିତ ନୂତନ ମୁକ୍ତ ଆକାଶ ସଭାମଞ୍ଚକୁ ବରିଷ୍ଠ ରେଳ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମଗ୍ର ଓଡ଼ିଶାରୁ ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି । ଅନୁଷ୍ଠାନର ଉପଦେଷ୍ଟା ତଥା ସରପଞ୍ଚ ଶ୍ରୀକାନ୍ତ ଜେନାଙ୍କ ପୌରୋହିତ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ସଭାପତି ସୁରେଶ କମାନୀ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଲବର କ୍ରୀଡ଼ା ପତାକା ଉତ୍ତୋଳନ କରି ମ୍ୟାଚ୍ ଆରମ୍ଭ ପାଇଁ ସଂକେତ ପ୍ରଦାନ କରିଥିଲେ । ଆଇନଜୀବୀ ଧରଣୀ ପଟ୍ଟନାୟକ, ସାମାଜିକ କର୍ମୀ କମଲ କୁମାର ଅଗ୍ରୱାଲ (ମୁନା ଭାଇ) ଓ ସମାଜସେବୀ ସୁମନ୍ତ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗୀୟ ରାୟଙ୍କ ସ୍ମୃତି ଚାରଣ ସହ କ୍ଲବର ଉତ୍ତୋରତ୍ତର ମଙ୍ଗଳ କାମନା କରିଥିଲେ । କ୍ଲବର ସଦସ୍ୟ, ଶ୍ରୀଧର ହେମ୍ବ୍ରମ ସଭା ସଂଯୋଜନା କରିଥିଲେ । ସଭାପତି ମଙ୍ଗଲ ପୂର୍ତ୍ତି, ଉପସଭାପତି ପଞ୍ଚାନନ ସିଙ୍କୁ, ସମ୍ପାଦକ ଜଗ ସିଙ୍କୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *