ଫଟୋ- ପଦ୍ମଲୋଚନ ମିଶ୍ର

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ନଗର (ଜିଲ୍ଲା) କଂଗ୍ରେସ କମିଟର ଏକ ବୈଠକ ସ୍ଥାନୀୟ ଧବଳେଶ୍ୱର ଗଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତ୍ରୀ ନୟନା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ କଂଗ୍ରେସ କର୍ମୀମାନେ ୱାର୍ଡ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବାକୁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ବିଧାୟକଙ୍କ ଉଦ୍ୟମରେ ଧବଲେଶ୍ୱର ଗଡା ବସ୍ତି ଅଞ୍ଚଳର ରାସ୍ତା ଓ ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ ହୋଇଥିବାରୁ ବାସିନ୍ଦାଙ୍କ ତରଫରୁ ବିଧାୟକଙ୍କୁ କୃତଜ୍ଞାନତା ଜଣାଇଥିଲେ । ବୈଠକରେ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ପ୍ରାରମ୍ଭିକ ସୂଚନା ଦେଇ ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଗାମୀ ପୌର ନିର୍ବାଚନ ପାଇଁ ଜୋରଦାର ସାଙ୍ଗଠନିକ ପ୍ରସ୍ତୁତି ହେବାକୁ କର୍ମୀମାନଙ୍କୁ ୱାର୍ଡ କଂଗ୍ରେସ ସଭାପତି ପ୍ରଦୋଷ ଦାସ ଆହ୍ୱାନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ସଞ୍ଜୟ କୁମାର ବେହେରା, ମମତା ନାୟକ, କୁଳମଣି ନାୟକ, ଦୁଃଶାସନ ନାୟକ, ରଞ୍ଜୁ ନାୟକ, ବାସନ୍ତୀ ନାୟକ, ବାବୁଲି ନାୟକ, ମାନସ ଚୈତନ୍ୟ, ବାପି ନାୟକ, ଚଞ୍ଚଳା ବାରିକ, ମାନସୀ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଆଗାମୀ ପୌର ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ସଂଗଠନକୁ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ ।

Leave a Reply

Your email address will not be published. Required fields are marked *