ନୂଆପୃଥିବୀ ପକ୍ଷରୁ ଫକୀର ମୋହନ ଜୟନ୍ତୀ:ସମାଜ ମୁକ୍ତିର ଗାନ ଗାଇଗଲେ ଫକୀର ମୋହନ

ନୂଆପୃଥିବୀ ପକ୍ଷରୁ ଫକୀର ମୋହନ ଜୟନ୍ତୀ:ସମାଜ ମୁକ୍ତିର ଗାନ ଗାଇଗଲେ ଫକୀର ମୋହନ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଜଗନ୍ନାଥ ବିହାର,ଗୋପାଳପୁରଠାରେ ସାହିତ୍ୟ ଅନୁଷ୍ଠାନ ନୂଆପୃଥିବୀ ତରଫରୁ ବ୍ୟାସକବି ଫକୀର ମୋହନଙ୍କ ୧୭୯ ତମ ଜନ୍ମ ବାର୍ଷିକ ପାଳିତ ହୋଇଛି । ଅନୁଷ୍ଠାନର ଆବାହକ କବି ଅକ୍ଷୟ ରାଉଳଙ୍କ ପରିଚାଳନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସାହିତ୍ୟକାର ପ୍ରଫେସର ସିଦ୍ଧାର୍ଥ ଭରଦ୍ୱାଜ ଯୋଗଦେଇ ଫକୀର ମୋହନଙ୍କ କାଳଜୟୀ ସାହିତ୍ୟର ସାମାଜିକ ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରି ସମାଜ ମୁକ୍ତିର ଗାନ ଗାଇଗଲେ ଫକୀର ମୋହନ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ବିଜୟଲକ୍ଷ୍ମୀ ଦାସ ଯୋଗଦେଇ ଫକୀର ମୋହନଙ୍କ ସାମଗ୍ରିକ ସାହିତ୍ୟ ଉପରେ ବିଶଦ ଆଲୋଚନା କରି ଆଜିର ଯୁବପିଢି ଏଥିରୁ ଶିକ୍ଷା ନେବାର ଉପଯୁକ୍ତ ସମୟ ଆସିଛି ବୋଲି ମତଦେଇ ଥିଲେ । ସମ୍ପାଦକ ଅର୍ଜୁନ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ନାଟ୍ୟକାର ଅଭୟ କୁମାର ଦାସ, ଅଭିନେତା ହରଜୀବନ ଦାସ, ବିଭାଶିନୀ ରାଉତ, କବି ସୁଷମା ପଣ୍ଡା ପ୍ରମୁଖ ସଭାରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖି ଫକୀର ମୋହନଙ୍କ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏଇ ଅବସରରେ ଡକ୍ଟର ଜୟଶ୍ରୀ ଷଡଙ୍ଗୀ, କବି ରାଧା ମୋହନ ଦଳବେହେରା, କବି ମମତା ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ । ସତ୍ୟବ୍ରତ ପାଢ଼ୀ ଓ ସଂଘମିତ୍ରଆ ବାରିକ ଦେଶାତ୍ମା ବୋଧକ ଗୀତ ଗାନ କରିଥିଲେ । ସୁକାନ୍ତ କୁମାର ଧଳ ଧନ୍ୟବାଦ ଦେଇଥିଲେ । ସମସ୍ତ ଅତିଥି ଓ କବିମାନଙ୍କୁ ଅନୁଷ୍ଠାନ ତରଫରୁ ଫକୀର ମୋହନ ସ୍ମାରକ ଫଳକ ପ୍ରଦାନ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *