କୋଣାର୍କରେ କ୍ରୀଡା ମନ୍ତ୍ରୀଙ୍କୁ ବିରୋଧ: ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଦୃବର୍ତ୍ତ

କୋଣାର୍କରେ କ୍ରୀଡା ମନ୍ତ୍ରୀଙ୍କୁ ବିରୋଧ: ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଦୃବର୍ତ୍ତ


କୋଣାର୍କ (ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ପ୍ରସିଦ୍ଧ ଦେବୀପୀଠ ମା ଭଗବତୀ ପୀଠକୁ ରାସ୍ତା ପ୍ରଶସ୍ତିକରଣ ଯୋଜନା ନିମନ୍ତେ ରାଜ୍ୟ ସରକାର କ୍ରୀଡା ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଶିଳାନ୍ୟାସ କରିବାର ୨ମିନିଟ ପରେ ଦୃବର୍ତ୍ତମାନେ ଏହି ଫଳକକୁ ଭାଙ୍ଗି ଦେବା ଘଟଣା କୋଣାର୍କରେ ମନ୍ତ୍ରୀ ଶ୍ରୀ ବେହେରା ବିରୋଧାଭାସର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶଯେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଠାରୁ ପ୍ରସିଦ୍ଧ ଦେବୀପୀଠ ମା’ ଭଗବତୀ ପୀଠକୁ ପର୍ଯ୍ୟଟକ ମାନଙ୍କ ଯାତାୟତ ନିମନ୍ତେ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ୧୮ ଲକ୍ଷ ୮୫ହଜାର ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ନିମନ୍ତେ କୋଣାର୍କ ଏନଏସି ପକ୍ଷରୁ ଆୟୋଜିତ ଶିଳାନ୍ୟାସ ସମାରୋହରେ ମୁଖ୍ୟଅତିଥି ଭାବରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଶିଳାନ୍ୟାସ କରିବାର ୨ମିନିଟ ପରେ ଦୃବର୍ତ୍ତମାନେ ଏହି ଫଳକକୁ ଭାଙ୍ଗି ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପରୋକ୍ଷରେ ବିରୋଧ କରିବା ଘଟଣା କୋଣାର୍କ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଘଟଣାକୁ ନେଇ କୋଣାର୍କ ଏନଏସିରେ ବିଜେଡିର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ଭଳି ପରିସ୍ଥିତି ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମକୁ କୋଣାର୍କ ଏନଏସି କତୃପକ୍ଷ ତରବରିଆ ଭାବରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୂରେଇ ରଖିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ଏହି ଫଳକ ଭାଙ୍ଗିବା ଘଟଣାକୁ ନେଇ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କୋଣାର୍କ ଅଞ୍ଚଳରେ ହଟହଟା ହେବାକୁ ପଡିଛି । ଆଗାମୀ ପୌର ନିର୍ବାଚନରେ ଏହାର ପ୍ରଭାବ ଅନୁଭୂତ ହେବା ସହ ଶାସକ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏନେଇ କୋଣାର୍କ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *