ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ

ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାର ଥାନା ଅନ୍ତର୍ଗତ ଦୁଧିଆନାଳିର ମୁଣ୍ଡାସାହି ସ୍ଥିତ ଫୁଟ୍‌ବଲ ପଡ଼ିଆ ନିକଟରେ କିଛି ଅସାମାଜିକ ଲୋକମାନେ ଗଞ୍ଜାଲଢ଼େଇ କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ଚୌଦ୍ୱାର ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଖେଳର ମୁଖ୍ୟ କାର୍ପେଟ୍‌ଦାର ଡାଳିଯୋଡ଼ା ବ୍ରହ୍ମପୁର ଅଞ୍ଚଳର ଶିବ ମଲ୍ଲିକ (୩୬)ଙ୍କ ସହ ଅନ୍ୟ ସହଯୋଗୀ ଖୋର୍ଦ୍ଧା ଜିଲ୍ଲା ପଟିଆ ଅଞ୍ଚଳର ନିହାର ରଞ୍ଜନ ରାଉତ (୨୪), କଟକ ବିଡ଼ାନାସୀ ଅଂଚଳର ସନ୍ତୋଷ ବେହେରା (୪୮), ଟାଙ୍ଗୀ ହରିଡ଼ାପାଳ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମହନ୍ତ (୩୦), ଖୋର୍ଦ୍ଧା ରଙ୍ଗମାଟିଆ ଅଞ୍ଚଳର ସତ୍ୟବ୍ରତ ସାହୁ (୩୧), ଟାଙ୍ଗୀ ଅଭୟପୁର ଭଗତ ବଳ (୬୨)ଙ୍କୁ ଗିରଫ୍ କରିଥିବାବେଳେ ସେମାନଙ୍କ ନିକଟରୁ ନଗଦ ୩୩ ହଜାର ୫୮୦ ଟଙ୍କା ସହିତ ୭ଟି ଲଢ଼େଇ ଗଞ୍ଜା, ଗୋଟିଏ ଧାରୁଆ ଛୁରୀ ଏବଂ ନାଲି ରଙ୍ଗର ବାଜାଜ ଆଭେଞ୍ଜର ଗାଡ଼ି ସହିତ ମହେନ୍ଦ୍ରା ଥର କାରକୁ ଜବତ କରାଯାଇଥିବାବେଳେ ଅଭିଯୁକ୍ତ ମାନଙ୍କୁ ପୁଲିସ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *