ସୁସ୍ଥ ଖାଦ୍ୟ ସହ ସବୁଜ ପୃଥିବୀ ସୃଷ୍ଟି ଶୀର୍ଷକର ରାଜ୍ୟସ୍ତରୀୟ କର୍ମଶାଳା
ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ପୌରପାଳିକା ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ସୁସ୍ଥ ଖାଦ୍ୟ ସହ ସବୁଜ ପୃଥିବୀ ସୃଷ୍ଟି ଶୀର୍ଷକର ମହିଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍ଘାଟନ କରିବା ସହ ବିଭିନ୍ନପ୍ରକାର ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ଠାରୁ ରକ୍ଷା ପାଇବାରେ ସମନ୍ୱିତ ଓ ସନ୍ତୁଳିତ ଖାଦ୍ୟ ପଦାର୍ଥର ବ୍ୟବହାର ସହ ଜୀବଜଗତର ସମୃଦ୍ଧ ନିରାମୟ ଜୀବନ ନିମନ୍ତେ ସବୁଜ ବନାନୀରେ ଧରିତ୍ରୀମାତାକୁ ରୂପ ଦେବା ସମସ୍ତଙ୍କର ବିଧେୟ କର୍ମ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଜନମଙ୍ଗଳ ସଭାପତି ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ସି.ପି.ଆର.ଇ.ଇ.ସି.ର ବରିଷ୍ଠ ପରିବେଶ ବିଜ୍ଞାନୀ ଡକ୍ଟର ପ୍ରଦୀପ୍ତ ନାୟକ, ମୁଖ୍ୟବକ୍ତା ଭାବେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାସ, ବିିଶିଷ୍ଟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ରାଜ୍ୟ ସଂଯୋଜକ ଭରତ ଚନ୍ଦ୍ର ଜେନା, ମିଶନ୍ ଶକ୍ତିର ବ୍ଲକ୍ ସଂଯୋଜିକା ଗଙ୍ଗୋତ୍ରୀ ଦଳେଇ, ବରିଷ୍ଠ ନେତା ପ୍ରଶାନ୍ତ କୁମାର ବରାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ନୃସିଂହ ଚରଣ ଭୂୟାଁ ଓ ସୌଦାମିନୀ ମହାପାତ୍ରଙ୍କୁ ଗ୍ରୀନ୍ ୱାରିୟର-୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ପ୍ରମିଳା ମଲ୍ଲିକ, ମନୋରମା ମିଶ୍ର, ରୀନା ବାଇ, ଶାନ୍ତିଲତା ବେଜ୍, ସସ୍ମିତା ମଲ୍ଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ବିଜେଡ଼ି ସଂପାଦକ ତଥା ପୂର୍ବତନ କାଉନ୍ସିଲର ଶୁଭେନ୍ଦୁ ସାମଲ ଧନ୍ୟବାଦ ଦେଇଥିଲେ ।
ସୁସ୍ଥ ଖାଦ୍ୟ ସହ ସବୁଜ ପୃଥିବୀ ସୃଷ୍ଟି ଶୀର୍ଷକର ରାଜ୍ୟସ୍ତରୀୟ କର୍ମଶାଳା
🤖 AI Quick Summary
Click the button to generate AI summary.
