ଖାକିରେ କଳଙ୍କ: ଫାଣ୍ଡିରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ହୋମଗାର୍ଡଙ୍କ ସମେତ ୩ ଅଟକ

ଖାକିରେ କଳଙ୍କ: ଫାଣ୍ଡିରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ହୋମଗାର୍ଡଙ୍କ ସମେତ ୩ ଅଟକ


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ପୁଲିସ୍ ଆଉଟପୋଷ୍ଟ ଭିତରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ୍ୟୁଟି ସମୟରେ ଜଣେ ହୋମଗାର୍ଡ ଏହି କାଣ୍ଡ ଘଟାଇଥିବା ମହିଳାଜଣକ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବାପରେ ପୁଲିସ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ହୋମଗାର୍ଡଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି । ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଏବେ ସଖୀରେ ଆଶ୍ରୟ ଦିଆଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ତେବେ ଏ ନେଇ ଟାଙ୍ଗୀ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିଲେ । ତେବେ ଗୋଟିଏ ପଟେ ପୁଲିସ ବିଭାଗରେ ସଂସ୍କାର ଆଣି ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ରାଜ୍ୟ ପୁଲିସ ଅକ୍ଳାନ୍ତ ପରିଶ୍ରମ କରୁଥିବାବେଳେ କିଛି ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ଏବେ ଖାକିରେ କଳଙ୍କ ଲାଗିଛି ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ, ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ୍ ରେହେମାନର ଆଡ୍ଡା ଠାରୁ ଆରମ୍ଭ କରି ବହୁ ଚୋରା ଓ ନକଲି କାରବାରର ପେଣ୍ଠସ୍ଥଳ ପାଲଟିଥିବା ମଙ୍ଗୁଳି ଛକରେ ଜନସାଧାରଣ ଏବେ ଅସୁରକ୍ଷିତ ହୋଇ ପଡ଼ିଥିବାବେଳେ ପୁଲିସ ଅଧିକାରୀମାନେ କେବଳ ବାହାବାହା ନେବାରେ ଲାଗିଛନ୍ତି । ସେହିଭଳି ଟାଙ୍ଗୀ ଥାନା ହାଜତରେ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ ଓ ପାଟ୍ରୋଲିଂ ବେଳେ ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ତିନି ଜଣ ପୋଲିସ୍ କର୍ମଚାରୀ ଜେଲ୍ ଯିବା ଭଳି ଘଟଣାକୁ ନେଇ ଟାଙ୍ଗୀ ଥାନା ପୁଲିସ୍ ସମଗ୍ର ରାଜ୍ୟରେ କୁଖ୍ୟାତି ଅର୍ଜନ କରିଥିବାବେଳେ ଏବେ ଏଭଳି ଏକ ଘଟଣା ପୁଣିଥରେ ପୁଲିସକୁ ସାଧାରଣରେ ନିନ୍ଦିତ କରିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *