‘ଓମ୍‌ସା’ର ୬୮ତମ ବାର୍ଷିକ ସମ୍ମିଳନୀ

‘ଓମ୍‌ସା’ର ୬୮ତମ ବାର୍ଷିକ ସମ୍ମିଳନୀ
କେବଳ ଦେହର ଚିକିତ୍ସା ନୁହେଁ, ଆତ୍ମାର ଚିକିତ୍ସା ମଧ୍ୟ ଜରୁରୀ: ରାଜ୍ୟପାଳ


ଭୁବନେଶ୍ୱର(ଏନ୍‌.ଏମ୍‌.): ମଣିଷ ବସ୍ତୁତଃ ଏକ ଆତ୍ମା ଯେ ଦେହରେ ଅବସ୍ଥାନ କରେ । କେବଳ ଦେହର ଚିକିତ୍ସା ନୁହେଁ, ଆତ୍ମା ଓ ମନର ଚିକିତ୍ସା ଏକାନ୍ତ ଜରୁରୀ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓମ୍‌ସା)ର ୬୮ତମ ବାର୍ଷିକ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଦେହ, ମନ ଓ ଆତ୍ମାକୁ ନେଇ ମଣିଷର ସ୍ଥିତି । ଏହାକୁ ସାମଗ୍ରିକ ଭାବରେ ଗ୍ରହଣ କରିବା ଦରକାର । ଆମ ଶାସ୍ତ୍ରରେ ଅନ୍ନମୟ ପ୍ରାଣ, ମନମୟ ପ୍ରାଣ, ପ୍ରଜ୍ଞାମୟ ପ୍ରାଣ ଓ ଆନନ୍ଦମୟ ପ୍ରାଣ ଆଦିର ସୂଚନା ଦିଆଯାଇଛି । ଏହାକୁ ବିଚାରକୁ ନେଇ ଏକ ପରିପୂର୍ଣ୍ଣ ଚିକିତ୍ସା ପଦ୍ଧତି ପ୍ରୟୋଗ କରିବା ବାଞ୍ଛନୀୟ । ସଂଗୀତ ଭଳି ଅଭିନବ ପ୍ରୟୋଗ ଚିକିତ୍ସାଧାରାରେ ଉପଯୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ‘ଓମ୍‌ସା’ର ରାଜ୍ୟ ସଭାପତି ଡକ୍ଟର ନାରାୟଣ ରାଉତ, ‘ଓମ୍‌ସା’ର ସାଧାରଣ ସମ୍ପାଦକ ଡାକ୍ତର ବିଶ୍ୱଜିତ୍ ସାମଲ, ସଂଗଠନ କମିଟିର ଅଧ୍ୟକ୍ଷ ଡାକ୍ତର ନୀଳକଣ୍ଠ ମିଶ୍ର, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡକ୍ତର ବିଜୟ କୁମାର ମହାପାତ୍ର, ଡାକ୍ତର ଅଜୟ ପରିଡ଼ା ପ୍ରମୁଖ କରୋନାକାଳୀନ ସ୍ଥିତିିର ସମାଧାନରେ ଡାକ୍ତରମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *