ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ

ତିନିଦିନ ଧରି ଗାନ୍ଧୀ ଯୁବଶିବିର ପାଇଁ ପ୍ରସ୍ତୁତି ବୈଠକ


ନିଆଳୀ(ଏନ୍‌.ଏମ୍‌.): ଓଡିଶାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ପରିବାର ତରଫରୁ ଆଗାମୀ ଦିନରେ ତ୍ରିଦିବସ ଗାନ୍ଧୀଯୁବ ଶିବିର ଆୟୋଜନ ହେବା ପାଇଁ ପ୍ରସ୍ତୁତି ବୈଠକ ବଢିଆସାହି ସ୍ଥିତ କାର୍ଯ୍ୟାଳୟ ତଥା ଏଲ.ଏଚ.ଏସ କୋଚିଂ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମ୍ୟାନ ଯୁବ ସମାଜସେବୀ ତଥା ଓଡିଶା ଗାନ୍ଧୀବାଦୀ ଫୋରମର ରାଜ୍ୟ ଯୁବ ସଭାପତି ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ ମୁଖ୍ୟ ସଂଯୋଜକ ତଥା ଟ୍ରଷ୍ଟି ସୂର୍ଯ୍ୟକାନ୍ତ ମଲ୍ଲିକ, ସାଧାରଣ ସଂପାଦକ ତଥା ସାମ୍ବାଦିକ ଦ୍ୱିଜବର ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିଶ୍ୱମ୍ବର ସେନାପତି, ଉପସଭାପତି ଲଲାଟେନ୍ଦୁ ସାହୁ, କୋଷାଧ୍ୟକ୍ଷ ହେମନ୍ତ କୁମାର ମଲ୍ଲିକ, ଅନନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଶିବିର ତିନିଦିନ ହେବା ସହ ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ, ସଦସ୍ୟ ଓ ବହୁ ସ୍ୱେଛାସେବୀ ଯୋଗଦେବେ । ଏହି ଶିବିରରେ ଓଡିଶା ତଥା ଭାରତର ବରିଷ୍ଠ ଗାନ୍ଧୀବାଦୀମାନଙ୍କ ମତ ରଖିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ବିଭିନ୍ନ ଅଧୀବେସନରେ ଗାନ୍ଧୀକଥା, ସ୍ୱାଧୀନତାରେ ସହିଦ ହୋଇଥିବା ଦେଶଭକ୍ତମାନଙ୍କୁ ଶ୍ରଦ୍ଧାଞଳି ଅର୍ପଣ କରାଯିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଭିଡିଓ କନଫରେନସ ମାଧ୍ୟମରେ ଉପାଧ୍ୟାକ୍ଷ ଅବିନାଶ ମହାପାତ୍ର, ସଂପାଦକ ଜୟନ୍ତ କୁମାର ମହନ୍ତ, ସଂପାଦକ ଅରୁଣ କୁମାର ସାମନ୍ତରାୟ, ପୁରୀ ଜିଲ୍ଲା ସଂଯୋଜକ ସିଦ୍ଧାନ୍ତ ଭଟ୍ଟ, ଯାଜପୁର ଜିଲ୍ଲା ସଂଯୋଜକ ଯଯାତି କେଶରୀ ସାହୁ, ଟ୍ରଷ୍ଟି ସୁଦାମ ପ୍ରଧାନ, ବୈଶାଖି ବେହେରା ପ୍ରମୁଖ ଯୋଗଦେଇ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *