ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ


ଭୁବନେଶ୍ୱର(ଏନ୍‌.ଏମ୍‌.): ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମତୀ ଗର୍ଗଙ୍କୁ ନୂଆ ଦାୟିତ୍ୱ ମିଳିଛି। ମନୋଜ ଆହୁଜାଙ୍କ ସ୍ଥାନରେ ରାଜ୍ୟ ସରକାର ଅନୁ ଗର୍ଗଙ୍କୁ ଅବସ୍ଥାପିତ କରିଛନ୍ତି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମତୀ ଗର୍ଗଙ୍କୁ ନୂଆ ଦାୟିତ୍ୱ ମିଳିଛି। ଆସନ୍ତା ୩୧ରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବ। ଶ୍ରୀ ଆହୁଜାଙ୍କ ସ୍ଥାନରେ ରାଜ୍ୟ ସରକାର ଅନୁ ଗର୍ଗଙ୍କୁ ଅବସ୍ଥାପିତ କରିଛନ୍ତି। ଏଥି ସହିତ ରାଜ୍ୟବାସୀଙ୍କୁ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ମିଳିଛି। ଅନୁ ଗର୍ଗ ଆଉ ୩ବର୍ଷ ପରେ ଅବସର ନେବେ। ସୂଚନାଯୋଗ୍ୟ, ୧୯୯୧ ବ୍ୟାଚର ଆଇଏଏସ୍ ଅଧିକାରୀ ରାଜ୍ୟର ମୁଖ୍ୟ ଶାସନ ସଚିବ ହେବେ ବୋଲି ପ୍ରାୟ ଦୁଇ ବର୍ଷ ହେବ ଚର୍ଚ୍ଚା ହୋଇ ଆସୁଥିଲା। ବିିଭିନ୍ନ ବିଭାଗରେ ଅନୁ ଗର୍ଗଙ୍କ କାର୍ଯ୍ୟଦକ୍ଷତା ରହିଛି। ସେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସମେତ ଆହୁରି ଅନେକଗୁଡ଼ିଏ ବିଭାଗରେ କାମ କରିଛନ୍ତି। ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ବେଳେ ସେ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ସେହିପରି ପୁରୀରେ ରଥଯାତ୍ରା-୨୦୨୫ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଭଳି ପରିସ୍ଥିତି ଘଟଣାରେ ପୁରୀ ଅଘଟଣ ତଦନ୍ତକାରୀ କମିଟି ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ରାଜ୍ୟ ସରକାର କୋଭିଡ-୧୯ ସଂକଟ କାଳରେ ଅନୁ ଗର୍ଗଙ୍କୁ ଗୁରୁ ଦାୟିତ୍ୱ ଦେଇଥିଲେ। ୧୪ଜଣିଆ କୋଭିଡ ପର୍ଯ୍ୟବେକ୍ଷକ ତାଲିକାରେ ଅନୁ ଗର୍ଗଙ୍କୁ ସାମିଲ କରିଥିଲେ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *