ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ


କଟକ(ଏନ୍‌.ଏମ୍‌.): ଚଳିତ କାର୍ତ୍ତିକେଶ୍ୱର ପୂଜା ପରିପ୍ରେକ୍ଷୀରେ ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ସଭାପତି ତ୍ରିଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କୃଷନେଶ୍ୱର ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଯୋଗଦେଇ ପୂଜାପାର୍ବଣ ପାଇଁ ଥିବା କୋଭିଡ କଟକଣା ସମ୍ପର୍କରେ ଅବଗତ କରାଇବା ସହ କୋଭିଡ ନିୟମ ପରିସରରେ ରହି ପୂଜା କରିବାକୁ ପରାମର୍ଶ ଦେଇଥିଲେ । କମିଟିର ସାଧାରଣ ସମ୍ପାଦକ ତଥା ପୂର୍ବତନ କର୍ପୋରେଟର ଆଇନଜୀବୀ ନୀରୋଦ ଚନ୍ଦ୍ର ପଣ୍ଡା ଗତ ବୈଠକର ବିବରଣୀ ପାଠ କରିବା ସହ ପୂର୍ବ ବର୍ଷପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାକୁ ଆଖି ଆଗରେ ରଖି ପ୍ରଶାସନ ଦ୍ୱାରା ସ୍ଥିରୀକୃତ ନିୟମ କାନୁନ ପରିସରରେ ରହି ପୂଜାକମିଟି ଗୁଡିକ ପୂଜା କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମୁରବୀ ହରିହର ପଣ୍ଡା, କରୁଣାକର ଦାସ, ନିର୍ମଳ ପଣ୍ଡା, ଭାବଗ୍ରାହୀ ପଣ୍ଡା, ନିରଞ୍ଜନ ବିଶ୍ୱାଳ, ନିଶାମଣି ସ୍ୱାଇଁ, କାମପାଳ ଶତପଥୀ, ଦିଲ୍ଲୀପ କୁମାର ଜେନା, ବନବିହାରୀ ଦଳାଇ, ମହେନ୍ଦ୍ର ମହାନ୍ତି, ଅଲେଖ ଚନ୍ଦ୍ର ବେହେରା, ସଚ୍ଚିଦାନନ୍ଦ ଶୁକ୍ଳ, ମନୋରଞ୍ଜନ ପଣ୍ଡା, ବିରଞ୍ଚି ସାମଲ, ହେମରାଜ ବିଶ୍ୱାଳ, ବିଭୁତି ବେହେରା, ତୀର୍ଥାନନ୍ଦ ପଣ୍ଡା, ରଶ୍ମୀକାନ୍ତ ସାମଲ, ମାନସ ପରିଡା, ସନାତନ ନାୟକ, କାହ୍ନୁ ଚରଣ ଦଳାଇ, ଡମ୍ବରୁଧର ପଣ୍ଡା, ରାଜକିଶୋର ଗିରି, ସନାତନ ନାୟକ, ପ୍ରଦୀପ ପଲେଇ, ନାଗେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ପୂଜା ସଂକ୍ରାନ୍ତରେ ଆଲୋଚନ କରିଥିଲେ । ପୂର୍ବତନ କର୍ପୋରେଟର ଦୟାନିଧି ନାୟକ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *