ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ

ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ


#ଜଗତପୁର(ଏନ୍‍.ଏମ୍‍.): ଜଗତପୁର ପ୍ରେସ କ୍ଲବ ପରିସରରେ କ୍ରୀଡ଼ାବିତ୍ ରଞ୍ଜନ କୁମାର ବିଶ୍ୱାଳଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜଗତପୁର ଶାନ୍ତିକମିଟି ସମ୍ପାଦକ ତଥା ଟ୍ରକ ମାଲିକ ସଂଘ ସଭାପତି ଦିଲ୍ଲୀପ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନା ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ସ୍ପର୍ଗତ ବିଶ୍ୱାଳଙ୍କର ବାଲ୍ୟ ବନ୍ଧୁ ତଥା ଜଗତପୁର ଅଞ୍ଚଳର ସ୍ୱନାମଧନ୍ୟ ସମାଜସେବୀ କୂଳମଣି ବେହେରା ସ୍ୱାଗତଭାଷଣ ପ୍ରଦାନ କରି ନିଜ ବାଲ୍ୟ ବନ୍ଧୁ ସ୍ୱର୍ଗତ ବିଶ୍ୱାଳଙ୍କୁ ମନେ ପକେଇ ଶ୍ରଦ୍ଧାଞ୍ଜଳି ପୂର୍ବକ ଜଗତପୁରର ସମସ୍ତ କାର୍ଯ୍ୟରତ ଖବରକାଗଜ ବିକ୍ରେତା ରତ୍ନାକର ଦାସ, ମାନସ ସାମଲ, ଭାଗିରଥି ପରିଡ଼ା, ଧରଣୀଧର ନାୟକ, ବଳରାମ ମହାନ୍ତି, ମାନସ ସାହୁ, ରବିନ୍ଦ୍ର , ଘନ ଶ୍ୟାମ, କାହ୍ନୁଚରଣ, ହିମାଂଶୁ ଶେଖର ପ୍ରମୁଖଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନିତ କରିବା ସହ ଶ୍ରୀ ବେହେରା ସମସ୍ତଙ୍କର ମାଗଣାରେ ଲାଇଫ୍ ଇନ୍ସ୍ୟରାନ୍ସ କରିବାପାଇଁ ଘୋଷଣା କରିବା ସହ ଶୁଖିଲା ଖାଦ୍ୟ ବିତରଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *