ନରସିଂହପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ 

ନରସିଂହପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ 


#ନରସିଂହପୁର (ଏନ.ଏମ.): ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଡିହ ଗ୍ରାମର ମା ଭୁବନେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ କୋଭିଡ କଟକକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମା’ ଭୁବନେଶ୍ୱରୀ ଏବଂ ସୋମନାଥ ମହାଦେବଙ୍କ ମନ୍ଦିର ପରିସରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ମଞ୍ଚର ସଭାପତି ସଞ୍ଜୟ କୁମାର ଡାଳୁଆଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କମଳାଡିହ ସରପଞ୍ଚ ଅନିତା ନାୟକ ଯୋଗଦେଇଥିଲେ । ସେହିଭଳି ମୁଖ୍ୟବକ୍ତା ଭାବେ ଦୁର୍ଗାପ୍ରସାଦ ମହାରଣା, ମଞ୍ଚର ଉପସଭାପତି ଯୁଧିଷ୍ଟିର ନାୟକ, ଉପଦେଷ୍ଠା ଭୁବନେଶ୍ୱରୀ ମନ୍ତ୍ରୀ, ଗଙ୍ଗାଧର ଡାଳୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚ ସମ୍ପାଦକ ବୈକୁଣ୍ଠ ନାଥ ସାହୁ ବରିଷ୍ଠ ନାଗରିକ ଦିବସ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ବର୍ତ୍ତମାନ ସମାଜରେ ବରିଷ୍ଠ ନାଗରିକମାନଙ୍କୁ କିଭଳି ସମ୍ମାନଷ୍ପଦ ସ୍ଥାନରେ ରଖାଯାଇ ପାରିବ, ବରିଷ୍ଠ ନାଗରିକ ମାନଙ୍କର ମୌଳିକ ଆବଶ୍ୟକ ଥିବା ସ୍ୱାସ୍ଥ୍ୟ ସେବା ପାଇବାକୁ ନେଇ ଅଧିକାର ଏବଂ ବିଭିନ୍ନ ଅଞ୍ଚଳରେ ରହିଥିବା ବରିଷ୍ଠ ନାଗରିକ ମାନଙ୍କୁ ଆଗାମୀ ଉତ୍ସବରେ କିଭଳି ସମ୍ବର୍ଦ୍ଧିତ କରାଯିବ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ଶଙ୍କର୍ଷଣ ପ୍ରଧାନ, ଲଳିତ କୁମାର ଡାଳୁଆ, ଯୁଧିଷ୍ଠିର ନାୟକ, ଲୋକନାଥ ସାହୁ, ସୁବାଷ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *