ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା


#ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ(ସ୍ୱୟଂଶାସିତ) ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଏବଂ ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ମହାବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାଧ୍ୟାପିକା ଶ୍ରୀମତୀ ଦେଇ ୩୦-୦୮-୧୯୮୬ ମସିହାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଏରସମା କୋଠିରୁ ଅଧ୍ୟ୍ୟାପନା ବୃତ୍ତି ଆରମ୍ଭ କରିଥିଲେ । ୨୪-୦୬-୨୦୦୩ ରୁ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଯୋଗଦାନ କରିବା ସହିତ ବିଭିନ୍ନ ଦାୟିତ୍ୱ ସୁଚାରୁ ଓ ସଫଳ ଭାବେ ସମାହିତ କରି ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୫ବର୍ଷ ୧ମାସ ଅଧ୍ୟାପନା ଜୀବନରେ ସେ ଜଣେ ଛାତ୍ରବତ୍ସଳ, ସରଳ, ମେଳାପୀ, ଅମାୟିକ, ବନ୍ଧୁ ପ୍ରେମୀ ତଥା ଜଣେ ଦକ୍ଷ ଅଧ୍ୟାପିକା ଭାବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା “ଏଜୁକେସନ ମାଡାମ’ ଭାବରେ ବେଶ ଆଦୃତ ଥିଲେ । ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ନିରଞ୍ଜନ ବିଶ୍ୱାଳଙ୍କ ଅଧକ୍ଷତାରେ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପ୍ରଶାସନିକ ମୁଖ୍ୟ ନିତାଇ ଚରଣ ତ୍ରିପାଠୀ, ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ଅଧ୍ୟାପକ ବିଜୟ କୁମାର ବିଶ୍ୱାଳ, ଷ୍ଟାଫ୍ ଆସୋସିଏସନ ସଭାପତି ନୃସିଂହ ଚରଣ ସାମନ୍ତରାୟ, କର୍ମଚାରୀ ସଙ୍ଘର ସଭାପତି ପ୍ରଭାତ କୁମାର ପ୍ରମୁଖଙ୍କ ସହିତ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ପ୍ରାଧ୍ୟାପିକା ଶ୍ରୀମତୀ ଦେଇଙ୍କ ବୃତ୍ତି ନିବୃତ୍ତି କଲେଜ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱାଳ ଓ କର୍ମଚାରୀ ମାନେ ମତବ୍ୟକ୍ତ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *