ନାନ୍ଦୋଳ ପଞ୍ଚାୟତ କମିଟିର ବୈଠକ ଓ ମିଶ୍ରଣ ପର୍ବ

ନାନ୍ଦୋଳ ପଞ୍ଚାୟତ କମିଟିର ବୈଠକ ଓ ମିଶ୍ରଣ ପର୍ବ


କଟକ (ଏନ୍‌.ଏମ୍‌.): ଆଜି ବିଜେପିର ସଲେପୁର ବ୍ଲକ୍ ଅନ୍ମର୍ଗତ ନାନ୍ଦୋଳ ପଞ୍ଚାୟତର ସାଙ୍ଗଠନିକ ବୌଠକ ଅନଷ୍ଠିତ ହୋଇଯାଇଛି । ଏଥିରେ ଆୟୋଯିତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ତଥା ଭାଜପାର କଟକ ଜିଲ୍ଲା ସଭାପତ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ସଂଗଠନକୁ ମଜବୁତ କରିବା ସହ ପଞ୍ଚାୟତର ବିଜେପି ସଭାପତି ଭାବେ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଘୋଷଣା କରିବା ସହ ଯୁବଗୋଷ୍ଠୀଙ୍କୁ ଏକତ୍ର କରି ଭାଜପାର ସ୍ଥିତିଦୃଢ କରିବାପାଇଁ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ରାଉତ ଯୋଗ ଦେଇଥିଲେ । ବହୁ ବରିଷ୍ଠ ନେତା ଗଣେଶ୍ୱର ରାଉତ୍ ,ବହୁଗ୍ରାମ ମଣ୍ଡଳ ସଭାପତି ପ୍ରିୟ ମହାପାତ୍ର ପୂର୍ବତନ ସରପଞ୍ଚ ପ୍ରଭାକର ଦାସ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶୋବନ୍ତ ରାଉତ ହରେକୃଷ୍ଣ ରାଉତରାୟ ଆଜ୍‌ମଲ୍ ଖାଁ ଇତ୍ୟାଦି ଯୋଗ ଦେଇଥଲେ । ଏହି ଉତ୍ସବରେ ବହୁ ବିଜେଡି କର୍ମି ବିଜେପିରେ ଯୋଗଦେଇଥିଲେ । ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ସମସ୍ତେ ଏକମନ ହୋଇ କାର୍ଯ୍ୟ କରିବେ ବୋଲି ପରାମର୍ଶ ଦେଇ ସ୍ୱାଗତ ଜଣାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *