ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ


#ନରସିଂପୁର(ଏନ୍‌.ଏମ୍‌.): ସ୍ଥାନୀୟ ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ ହୋଇଯାଇଛି । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କୋଠଘରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଏବଂ ସ୍ଥାନୀୟ ସରପଞ୍ଚ ବୀଣାପାଣି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଏବଂ ଉପଦେଷ୍ଟା ନୀଳମଣି ସାହୁ ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ପୂର୍ବତନ ସଭାପତି ଜଗନ୍ନାଥ ସାହୁ, ଶ୍ୟାମସୁନ୍ଦର ବେହେରା, ଭାଗବତ ସାହୁ, ମାନଗୋବିନ୍ଦ ସାହ, ସରୋଜ ସାହୁ ତ୍ରିଲୋଚନ ସାହୁ, ପୂର୍ବତନ ସମ୍ପାଦକ ବିନାୟକ ବେହେରା, ସୁବାଷ ଚନ୍ଦ୍ର ତ୍ରିପାଠୀ, ଅଜିତ କୁମାର ସାମନ୍ତରାୟଙ୍କୁ ସଭା ତରଫରୁ ବିଧାୟକ ଶ୍ରୀ ମିଶ୍ର ଫୁଲତୋଡା ଏବଂ ଉପ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *