ମନ୍ତ୍ରୀ ପ୍ରତାପଜେନାଙ୍କ ଶୀଘ୍ର ଆଶୁଆରୋଗ୍ୟ କାମନା ପାଇଁ ସମୂହ ଦୀପଦାନ

ମନ୍ତ୍ରୀ ପ୍ରତାପଜେନାଙ୍କ ଶୀଘ୍ର ଆଶୁଆରୋଗ୍ୟ କାମନା ପାଇଁ ସମୂହ ଦୀପଦାନ


କଟକ(ଏନ୍‌.ଏମ୍‌.): ରାଜ୍ୟ ଆଇନ, ନଗର ଉନ୍ନୟନ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁଆରୋଗ୍ୟ କାମନା କରି କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନର ସମ୍ମୁହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ଜେନାଙ୍କ ହଠାତ୍ ଅସୁସ୍ଥତା ଖବର ପାଇ ଆଜି କମିଶନରେଟ୍ ପୁଲିସ କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନ ତରଫରୁ କଟକ କଲେଜଛକ ମା’ ଦଶମୀ ତାରିଣୀଙ୍କ ମନ୍ଦିରରେ ସମ୍ମୁହ ଦୀପଦାନ କାର୍ଯ୍ୟକ୍ରମ କରାଯାଇଥିଲା । ଆସୋସିଏସନ ସଭାପତି ତଥା କଟକ ଜିଲ୍ଲା ଯୁବ ବିଜେଡି ସଭାପତି ଲୋକନାଥ ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଦୀପଦାନ କାର୍ଯ୍ୟକ୍ରମରେ ବାସୁଦେବ ଦାସ, ବ୍ରହ୍ମାନନ୍ଦ ଟହଲ, ସଂଗ୍ରାମ ସିଂ, ଅବିନାଶ ବେହେରା, କୈଳାସ ବେହେରା, ଦିବାକର ରାଓ, ଧୁନିଆ ଜାଲି, ରଞ୍ଜିତ ଜାଲି, ବିକାଶବିହାରୀ ଲେଙ୍କା, ସନ୍ତୋଷ ନାଥ, ଲିଙ୍ଗରାଜ ବେହେରା, ରାକେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମା’ ତାରିଣୀଙ୍କ ଆର୍ଶୀବାଦରୁ ମନ୍ତ୍ରୀ ଶ୍ରୀ ଜେନା ସମ୍ପୂର୍ଣ୍ଣ ସୁସ୍ଥହୋଇ ପୁର୍ନବାର ରାଜକାର୍ଯ୍ୟରେ ଯୋଗଦେବା ପାଇଁ ସଭାପତି ଲୋକନାଥ ଲେଙ୍କା ପ୍ରାର୍ଥନା କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *