ଧବଳେଶ୍ୱର ସେତୁ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶେଷ: ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ

ଧବଳେଶ୍ୱର ସେତୁ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶେଷ: ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ


# କଟକ(ଏନ୍‌.ଏମ୍‌.): ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଯାତାୟତ କରିବା ଲାଗି ମହାନଦୀରେ ନିର୍ମାଣ ହେବାକୁ ଥିବା ନୂତନ ସେତୁର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଗତ ୨୦୧୭ ମସିହାରେ ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ ନିର୍ମାଣ ବିଭାଗକୁ ୧୯ କୋଟି ୮୭ ଲକ୍ଷ ଟଙ୍କାର ଆର୍ôଥକ ଅନୁଦାନ ଯୋଗାଇ ଦିଆଯାଇଥିଲେ ହେଁ ନଦୀ ଶଯ୍ୟାର ପାଇଲିଂ କାର୍ଯ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡୁଥିବାରୁ ଗୋଟିଏ ପରେ ଗୋଟିଏ ଟେଣ୍ଡର ବାତିଲ ହୋଇଯାଇଥିଲା । ମୁଖ୍ୟତଃ ଡିଜାଇନ୍ ଅନୁଯାୟୀ ଠିକା ନେବାକୁ ଠିକାଦାରମାନେ ଅନିଚ୍ଛା ପ୍ରକାଶ କରିବା ସହିତ ଏକକ ଟେଣ୍ଡରରେ ଭାଗ ନେଇ ଟେଣ୍ଡର ହାତୋଉଥିଲେ । ହେଲେ ସରକାରଙ୍କର ଟେଣ୍ଡର ନିୟମ ଅନୁଯାୟୀ ଗତ ୨୦୧୭ ମସିହାରୁ ବ ର୍ମାନ ମଧ୍ୟରେ ୮ ଥର ଟେଣ୍ଡର ବାତିଲ ହୋଇଥିବା ବେଳେ ଚଳିତ ୨୦୨୧-୨୨ ଆର୍ôଥକ ବର୍ଷରେ ନିର୍ଦ୍ଦିଷ୍ଟ ନୀତି ନିୟମାନୁଯାୟୀ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଯାହା ଫଳରେ ଧବଳେଶ୍ୱର ସେତୁର ନିର୍ମାଣର ବାଟ ଫିଟିଛି । ସୂଚନାଯୋଗ୍ୟ ଯେ, ୨୪୬ ମିଟର ଲମ୍ବ ଓ ୫ ମିଟର ଚଉଡାରେ ଏହି ସେତୁଟିର ନିର୍ମାଣ ପାଇଁ ରାଜ୍ୟ ସରକାର ସଂଶୋଧିଗ ଟେଣ୍ଡର ଅନୁଯାୟୀ ୨୨ କୋଟି ଟଙ୍କାର ଆର୍ôଥକ ଅନୁଦାନ ମଂଜୁର କରିଥିଲେ । ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏସ କେ ସାମନ୍ତରାୟଙ୍କ ସହିତ ନିର୍ବାହୀ ଯନ୍ତ୍ରୀ ସୋମନାଥ ପରିଡା ଓ ଆଠଗଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାପାତ୍ର ସେତୁଟିର ଭିତ୍ତିଭୂମିକୁ ବୁଲି ଦେଖିବା ସହିତ ଠିକା ନେଇଥିବା ସଂସ୍ଥାକୁ କାର୍ଯ୍ୟାରମ୍ଭ ପାଇଁ ପରାମର୍ଶ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *