ଟାଙ୍ଗୀ-ଚୌଦ୍ୱାର ନପଙ୍ଗରେ ବିଜେଡ଼ିର ମିଶ୍ରଣ ପର୍ବ: ୮୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀଙ୍କ ଯୋଗଦାନ

ଟାଙ୍ଗୀ-ଚୌଦ୍ୱାର ନପଙ୍ଗରେ ବିଜେଡ଼ିର ମିଶ୍ରଣ ପର୍ବ: ୮୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀଙ୍କ ଯୋଗଦାନ


ଟାଙ୍ଗୀ(ଏନ୍‌.ଏମ୍‌.): ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନସ୍ଥ ନପଙ୍ଗ ପଞ୍ଚାୟତ ବିଜୁ ଜନତାଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ମୁଖ୍ୟାଳୟ ଇଟୁଆ ଠାରେ ଆୟୋଜିତ ସମାବେଶରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, କଟକ ଜିଲ୍ଲା ବିଜେଡି ଉପସଭାପତି ଚିତ୍ତରଞ୍ଜନ ସାମଲ, ଯୁବ ବିଜେଡି ବ୍ଲକ ସଭାପତି ତାପସ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ତଥା ସମିତି ସଭ୍ୟ ରାଜେଶ ରଞ୍ଜନ ଷଡ଼ଙ୍ଗୀ, ସରପଞ୍ଚ ସନାତନ ସ୍ୱାଇଁ ଓ ନାରୀନେତ୍ରୀ ଅନୁରାଧା ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।୧୬ ନମ୍ବର ଜାତୀୟ ରାଜପଥର ବିରୂପା ସେତୁ ନିକଟସ୍ଥ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ବିରାଟ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଞ୍ôଚଥିଲେ ବିଧାୟକ ଶ୍ରୀ ବେହେରା । ସ୍ଥାନୀୟ ମହିଳା ସଂଗଠନ ପକ୍ଷରୁ ବିଧାୟକ ଶ୍ରୀ ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରାଯାଇଥିଲ । ଏହି ଅବସରରେ ବିଜେପି କର୍ମୀ ତଥା ସ୍ଥାନୀୟ ଦଧିବାମନ ଜୀଉ ଯୁୁବ ପରିଷଦ ସଦସ୍ୟ ସନ୍ତୋଷ ତ୍ରିପାଠୀ, ଦୀପକ ପ୍ରଧାନ, ରଞ୍ଜନ ପ୍ରଧାନ, ପ୍ରଶାନ୍ତ ବାରିକ, ଧର୍ମାନନ୍ଦ ସାହୁ, ମନୋଜ ପ୍ରଧାନ, ନାରାୟଣ ଦାଶ, ଲିଙ୍ଗର।।ଜ ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, ପ୍ରସନ୍ନ ମହାରଣା, ଉମେଶ ପ୍ରଧାନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଓ ରମେଶ ଜେନା, ବିଶ୍ୱରଞ୍ଜନ ମୁଦୁଲି, କିଶୋର ସ୍ୱାଇଁ, ଶ୍ରୀରାମ ବିଶ୍ୱାଳ, ରାହୁଲ କୁମାର ମଲ୍ଲ, ନୀଳମାଧବ ଦାସ ପ୍ରମୁଖ ୮୦ଜଣ ବିଜୁ ଜନତାଦଳରେ ଯୋଗଦାନ କରିଥିଲେ । ବିଜେଡ଼ି ନେତା କୃଷ୍ଣଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମାବେଶକୁ ପଞ୍ଚାୟତ ବିଜେଡି ସଭାପତି କରୁଣାକର ମହାପାତ୍ର ଓ ପ୍ରାକ୍ତନ ସଭାପତି ମିର୍ଜା ଲାଲମୋହନ ବେଗ୍ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *