ଡରାଉଛି ଆନ୍ଧ୍ର ଷ୍ଟ୍ରେନ୍ ; ଅନ୍ୟ ଷ୍ଟ୍ରେନ୍‌ଠୁ ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର । ଆନ୍ଧ୍ର ପଟୁ ଫେରୁଥିବା ପ୍ରବାସୀଙ୍କୁ ନେଇ ବଢ଼ୁଛି ଚିନ୍ତା। ଫଳରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି।

ଆନ୍ଧ୍ର ଷ୍ଟ୍ରେନ୍ କ’ଣ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର ଭୟ ବସା ବାନ୍ଧି ସାରିଥିବା ବେଳେ ପ୍ରକୃତରେ ଏହା କ’ଣ ତାକୁ ନେଇ ବି ଲାଗି ରହିଛି ଉତ୍ସୁକତା। ପ୍ରକୃତରେ ଏହି ଷ୍ଟ୍ରେନ୍ ନାଁ ରଖାଯାଇଛି N440K । ତେବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବହୁ ସଂଖ୍ୟାରେ କରୋନା ରୋଗୀ ଏହି ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇଥିବାରୁ, ଏହାକୁ ଆନ୍ଧ୍ର ଷ୍ଟ୍ରେନ୍ କୁହାଯାଉଛି।

 

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *