ନାବାଳିକା ବଳାତ୍କାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନର ପ୍ରତିବାଦ

ନାବାଳିକା ବଳାତ୍କାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନର ପ୍ରତିବାଦ


#କଟକ(ଏନ୍‌.ଏମ୍‌.): ନାବାଳିକା ଗଣ ବଳାତ୍କାର ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ମଧୁପାଟଣା ଥାନା ଅଧିନସ୍ଥ ବାଲିସାହିରେ ଗତ ନାବାଳିକା ଗଣ ବଳାତ୍କାର ଘଟଣାକୁ ୧ମାସରୁ ଅଧିକ ସମୟ ବିତିଯାଇଥିଲେବି ପୁଲିସ ଆଜି ପର୍ଯ୍ୟନ୍ତ ପୀଡିତାକୁ ନ୍ୟାୟ ଦେଇପାରିନାହିଁ କିମ୍ବା ଅପରାଧୀଙ୍କ ପ୍ରତି କୌଣସି ପଦକ୍ଷେପ ନିଆଯାଇନାହିଁ । ଘଟଣାରେ, ପୁଲିସର ନିଷ୍କ୍ରିୟତାକୁ ଦେଖି କଟକର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷମାନେ ଏକ ଟିମ ଗଠନ କରି ପିଡିତାର ପରିବାରକୁ ଭେଟିଥିଲେ । ଏହା ପରେ, ମଧୁପାଟଣା ଥାନାରେ ସମ୍ପୃକ୍ତା ନାବାଳିକା ବଳାତ୍କାର ଘଟଣାର ତଦନ୍ତ କାରୀ ଅଧିକାରୀଙ୍କୁ ଭେଟିଥିଲେ । ତେବେ ଦାୟିତ୍ୱରେ ଥିବା ଅଧିକାରୀ ଏହି ଟିମକୁ କହିଥିଲେ ଯେ, ପୀଡିତାକୁ ବଳାତ୍କାର କରାଯାଇ ନାହିଁ । ଯଦି ସେଭଳି ଘଟିଥାନ୍ତା ସେ କ’ଣ ବଞ୍ଚି ଥାଆନ୍ତା । ତେଣୁ ତାଙ୍କର କହିବା କଥା ସାଇକେଲରୁ ପଡି ଏଭଳି ଘଟିଛି ଏବଂ ଘଟଣା ସ୍ଥଳରେ ସିସିଟିଭି ନାହିଁ ଭଳି ହାସ୍ୟାସ୍ପଦ ମନ୍ତବ୍ୟ ଦେଇ ଘଟଣାକୁ ଚପେଇ ଦେବାକୁ ଚକ୍ରାନ୍ତ ହୋଇଥିବା ଟିମପକ୍ଷରୁ ଅଭିଯୋଗ କରାଯାଇ ଆଜି ବିଭିନ୍ନ ସଂଗଠନ ମହିଳା ସ୍ୱେଚ୍ଛାସେବୀଙ୍କ ପକ୍ଷରୁ କଟକ ଡିସିପିଙ୍କ ଅଫିସ୍ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ସେହି ମର୍ମରେ ଡିସିପିଙ୍କ ସହିତ ଆଲୋଚନା କରି ଏକ ଦାବିପତ୍ର ଦିଆଯାଇଛି । ପ୍ରଥମେ ଦୋଷୀମାନଙ୍କୁ ଗିରଫ କରିବା, ଏହି ଘଟଣାର ଯୁଦ୍ଧକାଳୀନ ଭିତ୍ତିରେ ସଠିକ୍ ଭାବରେ ନିରପେକ୍ଷ ତଦନ୍ତ କରିବା, ତୁରନ୍ତ ଦୋଷୀକୁ କଠୋର ଦଣ୍ଡ ଦେବା ଓ ପୀଡିତାକୁ ନ୍ୟାୟ ମିଳିବା ସହ ପୋକ୍‌ସୋ ଆଇନରେ ଥିବା ସମସ୍ତ ସୁବିଧା ଓ ସହାୟତା ପୀଡିତା ପରିବାରକୁ ତୁରନ୍ତ ଦେବା ପ୍ରମୁଖ ଦାବି ହୋଇଛି । ଏହି ବିକ୍ଷୋଭ ସମାବେଶରେ ସମାଜସେବୀ ଶର୍ମିଷ୍ଠା ନାଥ, ଟିକା ସାମଲ, ନୟନା ମହାନ୍ତି, ବବି ବଳବନ୍ତରାୟ, ପୁଷ୍ପା ଜୀ, ବିଜୟଲକ୍ଷ୍ମୀ ମହାପାତ୍ର, ମନିଷା ବିଶ୍ୱାଳ, ସ୍ୱାଧିନୀ ବେହେରା, ନୟନା ନାୟକ, ସିପ୍ରା ମହାନ୍ତି, ସସ୍ମିତା ସାହୁ, ସସ୍ମିତା ମହାନ୍ତି, ଝରଣା ଦାସ ଓ ସୁଜାତା ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *