ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କ ବନ୍ଧୁ ମିଳନ: ଶକ୍ତି ପ୍ରଦର୍ଶନ କଲେ ଯୁବନେତା ସୁକାନ୍ତ ସାହାଣୀ

#ଜଗତପୁର(ଏନ୍.ଏମ୍.): କଟକ ସହରର ଜଣାଶୁଣା ଯୁବନେତା ସୁକାନ୍ତ ଚନ୍ଦ୍ର ସାହାଣୀଙ୍କ ଆବାହାକତ୍ୱରେ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଜଗତପୁର ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରା ପୌରହିତ୍ୟ କରିଥିବାବେଳେ କଟକ ନଗର(ଜିଲ୍ଲା) କଂଗ୍ରେସ କମିଟି ମୁଖ୍ୟ-ମୁଖପାତ୍ର ମାନସ ପରିଡା ସଭା ସଞ୍ଚାଳନ କରିଥିଲେ । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପ୍ରାକ୍ତନ ମନ୍ତ୍ରୀ ବିଜୟଲଷ୍ମୀ ସାହୁ, କଂଗ୍ରେସ ନେତା ଉତ୍କଳ କେଶରୀ ରାଉତରାୟ ପ୍ରମୁଖ ଯୋଗଦେଇ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ କାମ କରିବାପାଇଁ ଆହ୍ୱାନ ଦେଇଥିଲେ । ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ସଭାପତି, ୱାର୍ଡ ସଭାପତି, ପଞ୍ଚାୟତ ସଭାପତି, ନଗର ଓ ଜିଲ୍ଲା କର୍ମକର୍ତ୍ତାଙ୍କ ସମେତ ଯୁବ ଓ ଛାତ୍ର କଂଗ୍ରେସର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଚୌଦ୍ୱାର-କଟକର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ତୁରନ୍ତ ବୁଥ କମିଟି କରିବା ସହ ବଡ ଧରଣର କର୍ମୀସମ୍ମିଳନୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ନେତା କର୍ମୀ ସମସ୍ତେ ଏକଜୁଟ ହୋଇ କାମ କରିବାକୁ କର୍ମୀମାନେ ବଜ୍ର ଶପଥ ନେଇଥିଲେ । ଚୌଦ୍ୱାର-କଟକରେ ପ୍ରତିଥର କର୍ମୀଙ୍କ ମତାମତକୁ ବାଦ ଦେଇ ପ୍ରାର୍ଥୀ ଚୟନ କରାଯାଉଥିବାରୁ ପରାଜୟ ବରଣ କରିବା ଏକ ପ୍ରମୁଖ କାରଣ । ତେଣୁ କର୍ମୀଙ୍କ ଭାବାବେଗକୁ ବିଚାର କରି ତୁରନ୍ତ ପ୍ରାର୍ଥୀ ଘୋଷଣା କରିବାକୁ ଦାବି ହୋଇଛି ଓ ଖୁବ ଶୀଘ୍ର ଚୌଦ୍ୱାର-କଟକରୁ ଏକ ପ୍ରତିନିଧି ଦଳ ପିସିସିଙ୍କୁ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ନଗର ସଭାପତି ବିଜୟ ବେହେରା, ଟାଙ୍ଗୀ ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ, କଟକ ନଗର ୭ନମ୍ବର ବ୍ଲକ ସଭାପତି ଜ୍ଞାନେସୁ ନାୟକ, କର୍ପୋରେଟର ଜେ. କାମେଶ୍ୱର ରାଓ, ଶୁଭାଶିଷ ପଟ୍ଟନାୟକ ଓ ସନ୍ତୋଷ ଭୋଳ, ଯୁବନେତା ବିଶ୍ୱରଞ୍ଜନ ଜେଠୀ, ପିସିସି ସଭ୍ୟ ରାଜୀବ ମହାନ୍ତି, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ନିରଞ୍ଜନ ଦାସ, ଚୌଦ୍ୱାର ନଗର ମହିଳା କଂଗ୍ରେସ ସଭାପତି ମୋନାଲିସା ଦାସ, ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ଲିପ୍ସା ଚିନ୍ତାପଲ୍ଲୀ, କଂଗ୍ରେସ ନେତା ପ୍ରତାପ ପରିଡା, ନଗର କଂଗ୍ରେସ ଉପସଭାପତି ଜିତେନ୍ଦ୍ର ଶତପଥୀ ଓ ମାନସ ନାୟକ, ପ୍ରାକ୍ତନ ବ୍ଲକ ସଭାପତି ରଶ୍ମି ମିଶ୍ର, ଆଦିବାସୀ ସେଲ ଅଧ୍ୟକ୍ଷା ସୁମତି ହେମ୍ବ୍ରମ, ଆଇନଜୀବୀ ଆକାଶ ଭୂୟାଁ, ଜିଲ୍ଲା କଂଗ୍ରେସ ସମ୍ପାଦକ ଦିଲ୍ଲୀପ ଦଳାଇ, ନାରୀ ନେତ୍ରୀ ଗାୟତ୍ରୀ ମଲ୍ଲ, ଜୟଶ୍ରୀ ସାମଲ, କଂଗ୍ରେସ ନେତା ହରିହର ପରିଡା, ସୁବାସ ସୁବୁଦ୍ଧିରାୟ, ଅଜୟ ଗୋଛାୟତ, ପ୍ରଦୀପ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ରଶ୍ମିକାନ୍ତ ସାମଲ, ଅନନ୍ତ ଶୁକ୍ଳ, ଅଜୟ ରାଉତ, ଅଜୟ ଦାସ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ଯୁବ କଂଗ୍ରେସର ପ୍ରାକ୍ତନ ସମ୍ପାଦକ ଗୋକୁଳ ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ ।
