କେନ୍ଦୁମୁଣ୍ଡିରେ ବିଜେଡି ପକ୍ଷରୁ ବିରାଟ ମହିଲା ଓ କର୍ମୀ ସମାବେଶ

କେନ୍ଦୁମୁଣ୍ଡିରେ ବିଜେଡି ପକ୍ଷରୁ ବିରାଟ ମହିଲା ଓ କର୍ମୀ ସମାବେଶ


#ପାଟଣାଗଡ଼(ଏନ୍‌.ଏମ୍‌.): ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଠାରେ ବିଜେଡି ପକ୍ଷରୁ ବିରାଟ ମହିଲା କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଛି । ୧୬ ନମ୍ବର ଜୋନ ବିଜେଡି ସଭାପତି ପ୍ରେମାନନ୍ଦ ବଢେଇଙ୍କ ନେତୃତ୍ୱରେ ଆୟୋଜିତ ଏହି ଜୋନସ୍ତରୀୟ ମହିଳା ଓ କର୍ମୀ ସମାବେଶରେ ବିଧାୟକ ସରୋଜ ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ହଜାର ହଜାର ମହିଲା ଓ ପୁରୁଷ କର୍ମୀମାନେ ଏକ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ମେହେରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ମଞ୍ଚକୁ ପାଛୋଟି ନେଇଥିଲେ । ଏହି ସମାବେଶରେ ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ଉପରେ ଅଭିଭାଷଣ ଦେବା ସହ ରାଜ୍ୟ ସରକାରଙ୍କ ଯୋଜନାକୁ ଆଗାମୀ ଦିନରେ ଆହୁରି ସଫଳ କରିବାକୁ ହେଲେ ସମସ୍ତଙ୍କର ସହ ଭାଗିତା ହିଁ ଏକାନ୍ତ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ମେହେର ସମସ୍ତଙ୍କୁ ନିବେଦନ କରିଥିଲେ । ରାଜ୍ୟ ସରକାର ବିଶେଷ କରି ମହିଲାମାନଙ୍କ ବିକାଶ ଦିଗରେ ଅନେକ ଯୋଜନା ହାତକୁ ନେଇ ମହିଳା ସଶକ୍ତକରଣ କରିବା ସହ ମହିଳାମାନେ ନିଜେ ନିଜେ ସ୍ୱୟଂ ସହାୟକ ତଥା ମିଶନ ଶକ୍ତି ମାଧ୍ୟମରେ ସ୍ୱାଭାବଳମ୍ବୀ ହୋଇଛନ୍ତ ପାରିଛନ୍ତି ବୋଲି ସମାବେଶରେ ଉଦବୋଧନ ଦେଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ମଧୁବାବୁ ପେନସନକୁ ମଧ୍ୟ ୫ ଶହ ଟଙ୍କା ରୁ ୧ହଜାର ଟଙ୍କା ବୃଦ୍ଧି କରିଛନ୍ତି; ଯାହାଫଳରେ ହଜାର ହଜାର ହିତାଧିକାରୀ ତାଙ୍କର ଆର୍ôଥକ ସ୍ଥିତି ସୁଧାର ଆସିବ ବୋଲି ବିଧାୟକ ଶ୍ରୀ ମେହେର ତାଙ୍କ ଅଭିଭାଷଣରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନିଳକାନ୍ତ ବାଗ, ଜିଲ୍ଲା ପରିଷଦ ସଭ୍ୟା ବିଶେଶ୍ୱରୀ ବରିହା, ବାଳିକା ମାଝୀ, ବିଧାୟକଙ୍କ ପ୍ରତିନିଧି ହିମାଞ୍ଚଳ ପ୍ରଧାନ, କେନ୍ଦୁମୁଣ୍ଡି ସରପଞ୍ଚ ଜିତୁ ମେହେର, ସରପଞ୍ଚ ସଂଘ ସଭାପତି ଜନାର୍ଦ୍ଦନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବାବେଳେ ୧୫ ହଜାରରୁ ମହିଳା ପୁରୁଷ କର୍ମୀ ଯୋଗଦାନ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *