ତୁଳଙ୍ଗ ପଞ୍ଚାୟତରେ ସଚେତନତା ଶିବିରର ଲାଭ ଉଠାଇଲେ ଅଞ୍ଚଳବାସୀ

ତୁଳଙ୍ଗ ପଞ୍ଚାୟତରେ ସଚେତନତା ଶିବିରର ଲାଭ ଉଠାଇଲେ ଅଞ୍ଚଳବାସୀ

#ଜଗତସିଂହ ପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ତୁଳଙ୍ଗ ପଞ୍ଚାୟତରେ ସରପଞ୍ଚ ନିବେଦିତା ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରାଜ୍ୟସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ସୁନୀଲ ବେହେରା, ଗଙ୍ଗାଧର ବିଶ୍ୱାଳ, ସୁଜିତ ମହାପାତ୍ର, ସୁମିତ ଦାସ, କାଳନ୍ଦୀ ବେହେରା, ପଞ୍ଚାୟତ ସଭାପତି ବାବାଜୀ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଏହି ପଞ୍ଚାୟତର ଜନସାଧାରଣଙ୍କ ନିକଟରେ ରାଜ୍ୟସରକାରଙ୍କର ଲୋକାଭିମୁଖୀ ଯୋଜନା ଏପରିକି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା, କାଳିଆ ଯୋଜନା, ଲକ୍ଷ୍ମୀ ବସ ଯୋଜନା, ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ସହିତ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ପରେ ତିର୍ତୋଲ ବ୍ଲକ ବିଡିଓ ତପନ କୁମାର ସେନାପତି, ଏବିଡିଓ ସତ୍ୟଜିତ ସ୍ୱାଇଁ, ଜିପିଓ ବିଶ୍ୱଜିତ ମହାପାତ୍ର ପ୍ରମୁଖ କାର୍ଯ୍ୟ ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ପଞ୍ଚାୟତର ବହୁ ବରିଷ୍ଟ କର୍ମୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *