ଭକ୍ତମଧୁ ବିଦ୍ୟାପୀଠର ୨୦୦୪ ବ୍ୟାଚର ବନ୍ଧୁମିଳନ

ଭକ୍ତମଧୁ ବିଦ୍ୟାପୀଠର ୨୦୦୪ ବ୍ୟାଚର ବନ୍ଧୁମିଳନ


କଟକ(ଏନ୍‌.ଏମ୍‌.): ଭକ୍ତ ମଧୁ ବିଦ୍ୟା ପୀଠ ସ୍କୁଲରେ ୨୦୦୪ବ୍ୟାଚର ଛାତ୍ରଛାତ୍ରୀ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁ ମିଳନରେ ତତ୍‌କାଳୀନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ସଂଗଠନ ସଭାପତି ପ୍ରଦୀପ କୁମାର ସିହ୍ନାଙ୍କ ନେତୃତ୍ୱରେ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ସହିତ ଦିବଂଗତ ଦିଦି ଓ ଛାତ୍ର ଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ୨୦ବର୍ଷ ପରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ଜୀବନର ସ୍ମୃତି ରୋମନ୍ଥନ କରିଥିଲେ । ଏହି ବିଦ୍ୟାପୀଠର ୨୦୦୪ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗ ଗୁରୁ ଭାବରେ ନିଜର ଖ୍ୟାତି ଅର୍ଜନ କରିଥିବା ଦେବାଶିଷ ହାଲଦାରଙ୍କର ପୃଷ୍ଠପୋଷକତାରେ ଯୋଗ, ଓଡିଶୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ହୋଇଥିଲା । ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିବା ସହିତ ନବବର୍ଷ ହାର୍ଦ୍ଧିକ ଅଭିନନ୍ଦନ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ଶକୁନ୍ତଳା ମହାନ୍ତି, ସଭାପତି ପ୍ରଦୀପ କୁମାର ସିହ୍ନା, ମନ୍ଦିରା ଦାସ, ନମିତା ମହାନ୍ତି, ଅନୁପମ୍ ସାହୁ, ଜଗନ୍ନାଥ ପଣ୍ଡା, ନକୁଳ ଚନ୍ଦ୍ରଲେଙ୍କା, ବିଜୟଲକ୍ଷ୍ମୀ ମହାପାତ୍ର, ରମେଶ ଚନ୍ଦ୍ର ଦାସ, ପିତାମ୍ବର ଓଝା, ସାରଦା ପ୍ରସନ୍ନ ପତି, ଜ୍ୟୋତ୍ସ୍ନା ଦାସ, ଆଲୋକ ନନ୍ଦ, ରଶ୍ମିରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *