ଟିଏଲ୍‌ସି ପାୱାର କ୍ଲବ୍ ଖୋର୍ଦ୍ଧାର ବନ୍ଧୁ ମିଳନ

ଟିଏଲ୍‌ସି ପାୱାର କ୍ଲବ୍ ଖୋର୍ଦ୍ଧାର ବନ୍ଧୁ ମିଳନ

ଟିଏଲ୍‌ସି ପାୱାର କ୍ଲବ୍ ଖୋର୍ଦ୍ଧାର ବନ୍ଧୁ ମିଳନ


#ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ସ୍ଥିତ ଟିଏଲସି ଠାରେ ପାୱାର କ୍ଲବ୍‌ର ବନ୍ଧୁ ମିଳନ ଉତ୍ସବ ବଡ଼ ଦୁମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ଲବ୍‌ଟି ୧୯୯୦-୧୯୯୧ ମସିହାରୁ ଗଠନ ହୋଇ କର୍ମକର୍ତ୍ତା ତଥା ସଦସ୍ୟଙ୍କ ଚିତ୍ତବିନୋଦନ କରି ଆସୁଛି । କ୍ଲବର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବ ଉପସଭାପତି ଶିବୁ ଭାଇ, ସମ୍ପାଦକ କୁନୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ସମସ୍ତ ସଦସ୍ୟମାନେ ଗୋଟିଏ ପରିବାରର ସଦସ୍ୟ ମନୋଭାବ ନେଇ ନିଜର ତଥା ସମାଜର ଉନ୍ନତି କ୍ଷେତ୍ରରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ନୂତନ ଅନୁଭୂତିର ମଜା ଉଠାଇଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ଲୋକ ଅଂଶ ଗ୍ରହଣ କରିଥିଲେ । ଏହି ବନ୍ଧୁ ମିଳନ ଉତ୍ସବକୁ ସ୍ମୃତି ରଂଜନ ମହାପାତ୍ର ଓ ଅନ୍ୟମାନଙ୍କ ମଧ୍ୟରେ କୁନୁ ମଲ୍ଲିକ, ପପୁ, ନିଜାମ, ଢିଲୁ, ଗୁଲୁ, ରାଜା, ସନ୍ତୋଷ ଶିବୁ ପ୍ରମୁଖ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ