ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି

ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି

ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି
୩ ବର୍ଷ ବିତିଲା ହେଲାନି ଡ୍ରେନ
ଚାଲିଛି ଫଳକମରା ରାଜନୀତି


ଜଗତପୁର (ଏନ୍‌.ଏମ୍‌.): ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ଥିଲା ବେଳେ ବିଜୁ ଜନତା ଦଳ ୨୦୨୩ ମସିହାରୁ ମାଳମାଳ ଫଳକ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଜଗତପୁର ଅଞ୍ଚଳରେ ଖୁନ୍ଦି ହୋଇଯାଇଛି । କେଉଠି ନୂଆ ଫଳକ ମରାଯାଉଛି ତ କେଉଁଠି ପୁରୁଣା ଫଳକରେ କାମଚଳା ପରିସ୍ଥିତିରେ ଗେଣ୍ଡୁ ହାର ଝୁଲାଇ ଦୁଇ ଦୁଇ ଥର ଶିଳାନ୍ୟାସ କରାଯାଉଛି । ମୁଖ୍ୟତଃ ଜଗତପୁର ଆଇ.ବି ରୋଡ ବା ଭିଆଇପି ରୋଡ କୁହାଯାଉଥିବା ରାସ୍ତା ଉପରେ ଗତ ୩ ବର୍ଷ ଧରି ଡ୍ରେନ ପାଣି ରାସ୍ତା ଉପରେ ଲହଡି ମାରୁଛି । ଯୋବ୍ରା ଆନିକଟ ବ୍ୟାରେଜ ଠାରୁ ଚୌଦ୍ୱାର ବ୍ୟାରେଜ ପର୍ଯ୍ୟନ୍ତ ରାସ୍ତାକୁ ଆଇ.ବି ରୋଡ ବା ଭିଆଇପି ରୋଡ କୁହାଯାଏ । ଏହି ଭିଆଇପି ରୋଡରେ ପ୍ରତିଦିନ ହଜାର ହଜାର ଗାଡି ମଟର, ମୋ’ ବସ, ସ୍କୁଲ ବସ, ଆମ୍ବୁଲାନ୍ସ ଓ ରାଜନେତାମାନଙ୍କ ଗାଡି ମଟର ଯାତୟାତ କରିଥାଏ । ହେଲେ କୌଣସି ରାଜନେତାଙ୍କ ଦୃଷ୍ଟି ପଡେନାହିଁ ଏହି କଦର୍ଯ୍ୟମୟ ରାସ୍ତା ଉପରେ । ଏହି ଭିଆଇପି ରୋଡରେ ୩ ଗୋଟି ସରକାରୀ ଡାକ ବଙ୍ଗଳା ମଧ୍ୟ ରହିଛି । ୨୦୨୧ ମସିହାରୁ ବଡ ମେଡିକାଲ ସଂପ୍ରସାରଣ ପାଇଁ ମେଡିକାଲ ବସ୍ତି ବାସିନ୍ଦାମାନଙ୍କୁ ସେଠାରୁ ବିସ୍ଥାପନ କରାଯାଇ ଜଗତପୁର ବିରୂପା ନଦୀ ପଠା ପୋତି ସେଠାରେ ସେମାନଙ୍କୁ ଥଇଥାନ କରାଗଲା । ପୁଣି ନାମ ଦିଆଗଲା ବିଜୁ ବାବୁ କଲୋନୀ । ମାତ୍ର କଲୋନୀ ବାସିନ୍ଦା ତାଙ୍କ ମୌଳିକ ସୁବିଧା କିଛି ପାଇପାରିଲେ ନାହିଁ । ଡ୍ରେନ ପାଣି ଉପରେ ଇଟା ବା ସ୍ଲାବ ପକାଇ ଲୋକମାନେ ଯାତୟାତ କରୁଥିବା ନଜରକୁ ଆସିଛି । ଏହି ଡ୍ରେନେଜ ସମସ୍ୟା ଦେଖି ଚୌଦ୍ୱାର-କଟକ ବିଧାୟକ ୨୦୨୩ ମସିହାରେ ନୂତନ ଡ୍ରେନ ନିର୍ମାଣ ପାଇଁ ତରବରିଆ ଭାବେ ଭିଆଇପି ରୋଡ କଡରେ ଏକ ଫଳକ ମାରି ଫଟୋ ଉଠାଇ ଚାଲି ଯାଇଥିଲେ । ମାତ୍ର ଉକ୍ତ ଫଳରେ ମାସ ତାରିଖ ମଧ୍ୟ ଉଲ୍ଲେଖ ରହିନାହିଁ । ଅନ୍ୟପକ୍ଷରେ ଏହି ଅଞ୍ଚଳରେ ସ୍ଥାନୀୟ ବିଧାୟକ କେବଳ ଫଳକ ଲଗାଇ ବାହା ବାହା ନେଉଥିବାବେଳେ କୌଣସି କାମ ହେଉନଥିବା ଭଳି ସଂଗୀନ ଅଭିଯୋଗ ଉଠାଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ତେବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାୟକ ଲୋକଙ୍କୁ କେବଳ ଲଲିପପ୍ ଭଣ୍ଡାଉଥିବା ଅଭିଯୋଗ ହୋଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ