News by Smruti Ranjan Tripathy (Choudwar)

ରାସ୍ତାର ଉନ୍ନତକରଣ ନିମନ୍ତେ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଏବଂ ଚୌଦ୍ୱାର ପୌର ପାଳିକାରେ ରାସ୍ତାର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି । ୫୫ ଜାତୀୟ ରାଜପଥ ନିକଟ ୧୬ ନମ୍ୱର ୱାର୍ଡ ସ୍ଥିତ ଧୂମାବତୀ ଛକ ଠାରୁ ନୁଆପାଟଣା ଛକ ପର୍ଯ୍ୟନ୍ତ ରାସ୍ତାଟି ଯାହାକି ପୁରୁଣା କଟକ ସମ୍ବଲପୁର ରାସ୍ତା ନାମରେ ନାମିତ ହୋଇଛି ଉକ୍ତ ରାସ୍ତାର ଉନ୍ନତି କରଣ ଓ ସମ୍ପ୍ରସାରଣ ନିମନ୍ତେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗଦେଇ ଶିଳାନ୍ୟାସ କରିଥିଲେ । ରାସ୍ତା ଓ ଗୃହନିର୍ମାଣ ବିଭାଗ ଦ୍ୱାରା ୨୩ କୋଟି ୫୫ ଲକ୍ଷ ୧୧ ହଜାର ୬୧୧ଟଙ୍କା ବ୍ୟୟରେ ଏହାର ଉନ୍ନତି କରଣ କରାଯିବ । ତେବେ ୯.୧୨୦ କିଲୋମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତାଟି ପୂର୍ବରୁ ୧୮ ଫୁଟ(୫.୫ ମିଟର) ଓସାର ଥିବା ବେଳେ ବର୍ତ୍ତମାନ ଏହାକୁ ୨୩ ଫୁଟ ଅର୍ଥାତ୍ ସମୁଦାୟ ୭ମିଟର ତଥା ଏହାକୁ ଆଉ ୫ ଫୁଟ ସମ୍ପ୍ରସାରଣ କରାଯିବା ସହିତ ୧ ବର୍ଷ ମଧ୍ୟରେ ଏହି କାମକୁ ସମ୍ପୂର୍ଣ୍ଣ କରାଯିବ ବୋଲି ଚୌଦ୍ୱାର ଆର ଆଣ୍ଡ ବି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଆଗ୍ରହାଟ ପଞ୍ଚାୟତ ଅନ୍ତର୍ଗତ ବୁଢ଼ାବଳଙ୍ଗ ଠାରୁ କୁଜିବର ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ନିମନ୍ତେ ମଧ୍ୟ ବିଧାୟକ ଶ୍ରୀ ବିଶ୍ୱାଳ ଶିଳାନ୍ୟାସ କରିଥିଲେ । ୫ କିଲୋମିଟର ଦୈର୍ଘ୍ୟ ଓ ୩.୭୫ ମିଟର ଓସାର ବିଶିଷ୍ଟ ରାସ୍ତାଟି ଆରଡି ବିଭାଗ ଦ୍ୱାରା ୩ କୋଟି ୭୪ ଲକ୍ଷ ଟଙ୍କା ଅଟକଳରେ ନିର୍ମିତ ହେବାକୁ ଥିବା ରାସ୍ତାଟି ୬ ମାସ ଅବଧି ଭିତରେ ଏହାର କାର୍ଯ୍ୟ ସରିବ ବୋଲି ଆରଡି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପରିଷଦ ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସାଂସଦଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ଆର ଆଣ୍ଡ ବି ଓ ଆରଡି ବିଭାଗର ଅଧିକାରୀ, ଚୌଦ୍ୱାର ଅଞ୍ଚଳର ବିଭିନ୍ନ ୱାର୍ଡର କାଉସିଲର, ଟାଙ୍ଗୀ-ଚୌଦ୍ୱାର ବ୍ଳକ୍ ଅଧ୍ୟକ୍ଷା ମିନାକ୍ଷୀ ଦାସ, ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ,୧୧ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ, ଚୌଦ୍ୱାର ୧୬ ନମ୍ବର ୱାର୍ଡ କାଉନସିଲର ଅଜୟ କୁମାର ବେହେରା, ଆଗ୍ରହାଟ ସରପଞ୍ଚଙ୍କ ପ୍ରତିନିଧି ମୁନା ରାଉତ, କୟଳପଡ଼ା ସରପଞ୍ଚ ଶୈଳବାଳା ନାୟକ, ବାଣୀପଦା ସରପଞ୍ଚ ଦିଲ୍ଲୀପ କୁମାର ଭୋଇ, କୟଳପଡ଼ା ସମିତିସଭ୍ୟ ବନ୍ଦନା ସ୍ୱାଇଁଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଅଞ୍ଚଳବାସୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *