ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା

ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ହରିପୁର ଦୋଳମୁଣ୍ଡାଇସ୍ଥିତ ବିଜୟ ଗୋବିନ୍ଦ ଭବନ ଠାରେ ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ସଭାରେ ପରିଷଦର ସଭାପତି ସୁବାସ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷର ଶ୍ରୀ ଜଗନ୍ନାଥ ସମ୍ମାନ, ଗୀତଗୋବିନ୍ଦ ସମ୍ମାନ ଓ ଉଦୟଭାନୁ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ । ଶ୍ରୀଶ୍ରୀ ପତିତପାବନ ଜୀଉ ମନ୍ଦିର ପରିଚାଳନା କମିଟି ଓ ହରିପୁର ଦୋଳମୁଣ୍ଡାଇ ପୂଜାକମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଭକ୍ତିସଙ୍ଗୀତ ସମାରୋହ ଦୋଳମୁଣ୍ଡାଇ ମନ୍ଦିର ସମ୍ମୁଖରେ ସକାଳ ୬ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚଳିତବର୍ଷ ଖ୍ୟାତନାମା ସଙ୍ଗୀତ ସାଧକ ଗୁରୁ ରାମହରି ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଗୀତ ଗୋବିନ୍ଦ ସମ୍ମାନ ପ୍ରଦାନ କରାଯିବ, ସେହିପରି ସଙ୍ଗୀତ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାମ, କଣ୍ଠଶିଳ୍ପୀ ବାଦଲ କୁମାର, ଗୀତିକବି ରାଧାନାଥ ଦାସ ଓ ପିରାମ୍ବର ମିଶ୍ର ତଥା ବାଦ୍ୟଶିଳ୍ପୀ ରବିଶଙ୍କର ପ୍ରଧାନଙ୍କୁ ଶ୍ରୀ ଜଗନ୍ନାଥ ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବ ବୋଲି ସଭା ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ପରିଷଦର ସାଧାରଣ ସମ୍ପାଦକ ସୁରେନ୍ଦ୍ରନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରିପୁର ଦୋଳମୁଣ୍ଡାଇ ଗ୍ରାମର ଅଧିକାରୀ ବାବୁ ପ୍ରଧାନ, କାର୍ଯ୍ୟକାରୀ ମହନ୍ତ, ଲିଙ୍ଗରାଜ ହାତୀ, ପୂର୍ବତନ ଟ୍ରଷ୍ଟି ବ୍ରଜକିଶୋର ପ୍ରଧାନ, ପୂଜାକମିଟି ସଭାପତି ରାମକୃଷ୍ଣ ହାତୀ, ସାଧାରଣ ସମ୍ପାଦକ ବିକ୍ରମ ଛାଟୋଇ, କଟୁଆଳ ହରେକୃଷ୍ଣ ମୂଳିଆ, ସରୋଜ ମୂଳିଆ, କୈଳାସ ଅଗ୍ରୱାଲ, କାଳନ୍ଦି ମୂଳିଆ, ନିହାର ରଞ୍ଜନ ମୂଳିଆ, ପରିଷଦର ସଂଗଠନ ସମ୍ପାଦିକା ଶୁଭଲଷ୍ମୀ ଦାସ, ଉପ ସଭାପତି ପ୍ରଫୁଲ୍ଲ ରାୟ, ଯୁଗ୍ମ ସମ୍ପାଦକ ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ନୀରଦ ଆର୍ଯ୍ୟ, ଶରତ ମିଶ୍ର, ପ୍ରସନ୍ନଜିତ ମହାନ୍ତି, ରଚିତା ସାହୁ, ହର ପ୍ରସାଦ ରଥ, ଆଇନ ପରାମର୍ଶଦାତା ସଞ୍ଜୟ ଦାସ, ସଂଗଠନ ସମ୍ପାଦକ ପରମାନନ୍ଦ ସାହୁ, ଘୋଷକ ବିଚିତ୍ରା ନନ୍ଦ ପଣ୍ଡା, ଦୀପକ ସାହୁ, ଗୀତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦର କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ରଥ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *