ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୟତ୍ସୋବ ପାଳିଲା କଟକ ବିଜେପି

ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୟତ୍ସୋବ ପାଳିଲା କଟକ ବିଜେପି

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ବିଜୟ ନେଇ କଟକ ବାରବାଟୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଗୌରୀଶଙ୍କର ପାର୍କ ସମୁଖରେ ଏହି ବିଜୟତ୍ସୋବ ପାଳନ ହୋଇଥିଲା । ଉକ୍ତ ନିର୍ବାଚନରେ ଦଳର ବିପୁଳ ବିଜୟ ଉପଲକ୍ଷେ ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ବାଜା ବଜାଇ ବାଣ ଫୁଟାଇବା ସହ ସାଧାରଣରେ ମିଠାନ୍ନ ବଣ୍ଟନ କରାଯାଇଥିଲା । ଏଥିରେ ପୂର୍ବତନ କର୍ପୋରେଟର ବିଜୟ ଦଳାଇ, ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡା, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ଶିବ ନାୟକ, ପୂର୍ବତନ ମଣ୍ଡଳ ସଭାପତି ବିଜୟ ସେଠି, ପୂର୍ବତନ ଜିଲ୍ଲା ସମ୍ପାଦକ ହରପ୍ରସନ ଦାସ, ପୂର୍ବତନ ମଣ୍ଡଳ ସଭାପତି ଭୀମସେନ ସାହୁ, ଜିତେନ୍ଦ୍ର ଶତପଥୀ, ଶୁଭେନ୍ଦୁ ପାତ୍ର, ଏନ. ଫଗୁଆ, ସୁନାକାର ବେହେରା, ବ୍ରଜବନ୍ଧୁ ପରିଡା, ରିତା ମହାପାତ୍ର, ସୁଜାତା ଭରଦ୍ୱାଜ, ଆଶିଷ ମହାନ୍ତି, ମୁକେଶ ଭୂୟାଁ, ସଞ୍ଜୟ ଦାସ, ରିକି ମାଡବୁଲଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ଉଲ୍ଲାସର ସହ ପାଳନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *