ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ

ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଗୁଜୁରାଟ ସୁରଟର ଭିଏନଏସଜିୟୁ ୟୁନିଭର୍‌ସିଟିରେ ୧୪ତମ ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ଏବଂ ୧୫ତମ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୩ରୁ ୨୮ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ୨୮ଟି ରାଜ୍ୟରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଜାତୀୟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଶୁଭ୍ରଜ୍ୟୋତି ସେନାପତି, ପିପ୍ପଳ ମୈତ୍ରୀ, ଶୁଭଶ୍ରୀ ସ୍ୱାଇଁ, ରାଶେସ୍ୱରୀ ବେଉରା, ଶକ୍ତିପ୍ରଜ୍ଞା ନାୟକ, ଆର୍ ଦିଆଶ୍ରୀ, ରିୟାଂଶ ପ୍ରଧାନ, ବର୍ଷା ନାଥ, ଆଦିତ୍ୟ ପ୍ରସାଦ ଦାସ, ଶିବରାଜ ଶଙ୍କର ରଥ, ସୌମ୍ୟରଞ୍ଜନ ସ୍ୱାଇଁ, ସ୍ୱସ୍ତିକ୍ ନାୟକ, ସାନ୍‌ଭି ଶ୍ରୀୟା ପଣ୍ଡା, ଅନନ୍ୟା ମହାନ୍ତି, ବୈଷ୍ଣବି ସେନାପତି ଓ ବୈଶିଷ୍ଠ ସେନାପତି ୨୧ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ସହିତ ଓଡ଼ିଶା ଟିମ୍ ୧୭ଟି ରୌପ୍ୟ, ୨୨ଟି ବ୍ରୋଞ୍ଚ ହାସଲ କରିଥିଲା ବେଳେ ଅକ୍ଷୟ କୁମାର ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ୬ଟି ସ୍ୱର୍ଣ୍ଣ (ଶୁଭଶ୍ରୀ ସ୍ୱାଇଁ, ରାଶେସ୍ୱରୀ ବେଉରା, ଶକ୍ତିପ୍ରଜ୍ଞା ନାୟକ, ଆର୍ ଦିଆଶ୍ରୀ, ଅନନ୍ୟା ମହାନ୍ତି ଓ ରିୟାଂଶ ପ୍ରଧାନ), ୬ଟି ରୌପ୍ୟ ଏବଂ ୧୩ଟି ବ୍ରେଞ୍ଚ ମେଡ଼ାଲ୍ ହାସଲ କରି ଓଡ଼ିଶା ଦଳ ବାଜିମାତ୍ କରିଅଛି । ଉଦ୍‌ଯାପିତ ଦିବସରେ କୁଡ଼ୋ ଇଣ୍ଡିଆର ଚେୟାରମ୍ୟାନ ବଲିଉଡ଼୍ ଅଭିନେତା ଅକ୍ଷୟ କୁମାର ଉପସ୍ଥିତ ରହି କୃତି ଖେଳାଳୀମାନଙ୍କୁ ସମ୍ମାନିତ କରିଥିଲେ । କୁଡ଼ୋ ଓଡ଼ିଶାର ସଂପାଦକ ସିହାନ ନିତାଇ ଶଙ୍କର ଗୁଇଁଙ୍କ ଅଧିନରେ ୫୫ଜଣିଆ ଟିମ୍ ୨୦ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ । ସେଥିରେ ମୃତ୍ୟୁଞ୍ଜୟ ଯାଦବ ଏବଂ ମୁକେଶ କୁମାର ନାୟକ କୋଚ୍ ହୋଇଥିଲା ବେଳେ ବରୋଦା ଦାସ, ଅଜୟ ବେହେରା ଏବଂ ଅତିଶ୍ ଷଡ଼ଙ୍ଗୀ ରେଫ୍‌ରୀ ଦାୟିତ୍ୱ ତୁଲାଇ ଥିଲେ । ନର୍ମଦା ଗୁଇଁ ଏବଂ ତ୍ରିବିକ୍ରମ ଗୁଇଁ ଓଡ଼ିଶା ଦଳର ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ । କୁଡ଼ୋ ଓଡ଼ିଶା ଟିମ୍‌ର ଏହି ସଫଳତା ପାଇଁ ସଂଘର ସଭାପତି ଶିବାଶିଷ କର ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *