କଟକ ବାଲିଯାତ୍ରାରେ ପ୍ରାଥମିକ ଚିକିତ୍ସା ଶିବିର

କଟକ ବାଲିଯାତ୍ରାରେ ପ୍ରାଥମିକ ଚିକିତ୍ସା ଶିବିର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଐତିହାସିକ ବାଲିଯାତ୍ରାରେ କ୍ରମାଗ୍ରତ ଭାବେ ୩୧ ବର୍ଷ ଧରି ସେଣ୍ଟ ଜୋନ ଆମ୍ବୁଲାନ୍ସ ପ୍ରାଥମିକ ସେବା ସହିତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇ ଆସୁଛି । ରାଜ୍ୟସ୍ତରରୁ ସେଣ୍ଟ ଜୋନ ଆମ୍ବୁଲାନ୍ସର ସୁ ପ୍ରଶିକ୍ଷିତ ବ୍ରିଗେଡ ଓ ସ୍ୱେଚ୍ଛାସେବୀମାନେ ଏହି ଶିବିରରେ ଯୋଗଦେଇ ଆସୁ ଚିକିତ୍ସ ଯୋଗେଇ ଦେଇଥାନ୍ତି । ଉକ୍ତ ଶିବିର ବାଲିଯାତ୍ରା ପ୍ରଥମ ଦିନରୁ ରାଜ୍ୟ ସମ୍ପାଦକ ନିଧି ରାଉତରାୟଙ୍କ କରକମଳରେ ଉଦ୍ଦଘାଟିତ ହୋଇ ଆଜି ଚତୁର୍ଥ ଦିନରେ ଶିବିରର ଉପାଧ୍ୟକ୍ଷ କଟକ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ମକରନ୍ଦ ବେଉରା ମୁଖ୍ୟଅତିଥି ରୂପେ ଯୋଗଦେଇ ବ୍ରିଗେଡ ସ୍ୱୋଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡାକ୍ତର ସଞ୍ଜୀବ କର ଓ ସ୍ୱାତୀ ଦାସ ଯୋଗଦେଇ ମାନବ ସେବା ହିଁ ମାଧବ ସେବା ଉକ୍ତିରେ ଏହି ସେବାକୁ ଭୂଷୀୟ ପ୍ରଂଶସା କରିଥଲେ । ଉକ୍ତ ସଭାକୁ ସେଣ୍ଟ ଜୋନ ଆମ୍ବୁଲାନ୍ସର ଜିଲ୍ଲା ସଂଯୋଜକ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ପରିଚାଳନା କରିଥିବାବେଳେ ଯୁଗ୍ମ ସଂପାଦକ ମିଳନ କୁମାର ସାହୁ ବିବରଣୀ ପାଠ କରିଥିଲେ । ବରିଷ୍ଟ ଆଜୀବନ ସଭ୍ୟ ସୁଶାନ୍ତ ସାହୁ, ଡାକ୍ତର ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *