ସତସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ସତସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): କଟକ ସଦର ବ୍ଲକର ସତସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତୀ କବିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ବିଡାନାସୀ ମ୍ୟୁନିସିପାଲ ସରକାରୀ ସ୍କୁଲର ସାଗରିକା ରାଉତ ଓ ମୁଖ୍ୟବକ୍ତା ଭାବେ ମ୍ୟୁନିସିପାଲ (ସରକାରୀ ସିଟି ଉଚ୍ଚ ବିଦ୍ୟାଳୟ ରାଜାବଗିଜା)ସସ୍ମିତା ମହାପାତ୍ର ଯୋଗଦେଇଥିଲେ । ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ ରଞ୍ଜିତ କୁମାରୀ ପ୍ରଧାନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କ ବିଜ୍ଞାନ, କଳା ଓ ସଂସ୍କୃତି ବୈଷୟିକ ଜ୍ଞାନ ହସ୍ତ କଳାର କୌଶଳ ବିଷୟ ଭିତିକ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ବିଜ୍ଞାନ ମେଳାକୁ ସହ ପରିଚାଳକ ଭାବେ ଶୁଭସ୍ମିତା ମହାନ୍ତି ସହଯୋଗ କରିଥିଲେ । ସ୍ଥାନୀୟ ସିଏମସି ସଭାପତି ବାସନ୍ତୀ ସେଠି ଯୋଗଦେଇ ଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ସୁନିତା ମଲ୍ଲିକ, ବର୍ଷା ପ୍ରିୟଦର୍ଶନୀ ଦାସ, ନମିତା ସାହୁ, ପୂରବୀ ମହାନ୍ତି, ମୋହନ କୁମାର ସ୍ୱାଇଁ, ପ୍ରତାପ ଚନ୍ଦ୍ର ମହାରଣା, ସଂଧ୍ୟାରାଣୀ ବିଶ୍ୱାଳ, ଶାନ୍ତିଲତା ସେଠୀ ଦେଓ, ଅରୁଣ ସାହୁ, ଲକ୍ଷ୍ମୀ ପ୍ରିୟା ରାଉତ, ଶର୍ମିଷ୍ଠା ମହାନ୍ତି ପ୍ରମୁଖ ଯୋଗଦେଇଥିବାଳେ ବହୁ ଅଭିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *