କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ

କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଶ୍ୱ ସତ୍ୟ -ସନାତନ-ଧର୍ମ ପ୍ରଚାରିଣୀ ମହାସଂଘ କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସିଡିଏ ସେକ୍ଟର -୬ ସ୍ଥିତ ସିଦ୍ଧ ମହାବୀର ମନ୍ଦିର ପରିସରରେ ସେନାର କଟକ ମହାନଗର ସଭାପତି କଳକୀରତ୍ନ ଲଷ୍ମୀଧର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବନ୍ଧୁମିଳନକୁ ସଦଗୁରୁ କଳକୀବାବା ଉଦଘାଟନ କରିଥିଲେ । ଶାରଦୀୟ ପୂଜାପାର୍ବଣର ପାଳନର ମହତ୍ତ୍ୱ ଉପରେ ଆଲୋଚନା କରି ସଦଗୁରୁ କହିଲେ – ଆଧ୍ୟାତ୍ମିକ ବିଶ୍ୱାସୀ ଶ୍ରଦ୍ଧାଳୁମାନେ ଆସୁରିକଗୁଣ ତ୍ୟାଗକରି ଦେବତ୍ୱଗୁଣ ବିକଶିତ କରିବାର ଏହାହିଁ ପ୍ରକୃଷ୍ଟ ସମୟ । ଏଣୁ ସମସ୍ତେ ସନାତନ ଧର୍ମରକ୍ଷା ନିମିତ୍ତ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ମନ୍ଦିରର ମୁଖ୍ୟପୂଜକ ନନ୍ଦକିଶୋର ନନ୍ଦ ମଙ୍ଗଳାଷ୍ଟକ ଆବୃତ୍ତି କରିବାପରେ ପଣ୍ଡିତ ଡକ୍ଟର ନିରଞ୍ଜନ ମହାପାତ୍ର, ପଣ୍ଡିତ ଜିତେନ୍ କୁମାର ଦାସ, ପଣ୍ଡିତ ନିରାକାର ପଣ୍ଡା ଜଗନ୍ନାଥାଷ୍ଟକ ଓ କଳକୀଭଜନ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରମୋଦ କୁମାର ନାୟକ, ସେନାର କେନ୍ଦ୍ର ସଂଯୋଜକ ଅତିଥି ମହାପାତ୍ର, ବୃନ୍ଦାବନ ଦାସ ଆଜାଦ, ଶଶୀକାନ୍ତ ସ୍ୱାଇଁ, ମନୋଜିତ ଆଚାର୍ଯ୍ୟ, ବିକ୍ରମ ଦାଶ, ଆଡ଼ଭୋକେଟ ସୁବ୍ରତ ଷଡ଼ଙ୍ଗୀ, ଚଣ୍ଡୀପ୍ରସାଦ ଶତପଥି, ଉମାକାନ୍ତ ମହାନ୍ତି, ପାବକରଞ୍ଜନ ପରିଜା, ବିଜୟ କୁମାର ମହାନ୍ତି, ରଞ୍ଜନ କୁମାର ବେହେରା, ଅଭିମନ୍ୟୁ ସାହୁ, କାଶୀନାଥ ସ୍ୱାଇଁ, ରତିକାନ୍ତ ବେହୁରା, ସୂର୍ଯ୍ୟମଣି ବାରିକ, ପ୍ରଫେସର ସବିତାବାଳା ଆଚାର୍ଯ୍ୟ, ପ୍ରିୟଙ୍କା ପ୍ରିୟଦର୍ଶନୀ ଷଡ଼ଙ୍ଗୀ, ଡାକ୍ତର ଅନିନ୍ଦିତା ମହାପାତ୍ର, ମହାଶ୍ୱେତା ଦେବରାୟ ଓ ପ୍ରାପ୍ତିକର ମହାପାତ୍ର ପ୍ରମୁଖ ବନ୍ଧୁମିଳନରେ ବକ୍ତବ୍ୟ ପ୍ରଦାନ କରି ଜଗତଜନନୀ ମା’ ଦୁର୍ଗା ବିଶ୍ୱ ମାନବସମାଜର ମଙ୍ଗଳ କରିବା ପାଇଁ ପ୍ରାର୍ଥନା କରିଥିଲେ । ଶେଷରେ ସେନାର କେନ୍ଦ୍ର ଲୋକସମ୍ପର୍କ ପ୍ରମୁଖ ବିଜୟ କୁମାର ସାମଲ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *