କଟକରେ ଦଶହରା ବୁଲିଲେ ସଂସ୍କୃତି ମନ୍ତ୍ରୀ: ସ୍ୱାଗତ କଲେ ସିଏମସି ମେୟର ଓ ନିରାମୟ ଉପଦେଷ୍ଟା

କଟକରେ ଦଶହରା ବୁଲିଲେ ସଂସ୍କୃତି ମନ୍ତ୍ରୀ: ସ୍ୱାଗତ କଲେ ସିଏମସି ମେୟର ଓ ନିରାମୟ ଉପଦେଷ୍ଟା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଳା ସଂସ୍କୃତିର ସହର କଟକ ଆଜି ଉତ୍ସବ ମୁଖର । ଶକ୍ତି ଆରଧନାର ପ୍ରମୁଖସ୍ଥଳ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିଥାଏ । ସୁନା ଚାନ୍ଦିର ଅଳଙ୍କାରରେ ମା’ ଝଟକୁଥିବାବେଳେ ସୁଉଚ୍ଚ ତୋରଣ ବେଶ ମନମୁଗ୍ଧକର ହୋଇଥାଏ । ଚଳିତ ବର୍ଷ ମା’ଙ୍କ ଶାରଦୀୟ ପୂଜା ଚାଲିଥିବାବେଳେ କଟକକୁ ବହୁ ଅତିଥିଙ୍କ ଆଗମନ ମହୋଇଛି । ଶାରଦୀୟ ପୂଜାର ମହା ଅଷ୍ଟମୀ ଅବସରରେ ଘଣ୍ଟଘଣ୍ଟା ସାଙ୍ଗକୁ ଝୁଣାଧୂପ, ହୁଳହୁଳିରେ ଫାଟି ପଡୁଛି ପୂଜା ମଣ୍ଡପ । ଚଣ୍ଡୀପାଠ ଶୋଳ୍କର ଗହଗହ ନାଦରେ ପ୍ରକମ୍ପିତ କଟକ ସହର । ମା’ ଜଗଦମ୍ବାଙ୍କ ଆଗମନରେ ସହର ମୁଖରିତ ହେବା ସହ ଶାକ୍ତ ପୂଜାରେ ଆଧ୍ୟାତ୍ମିକତାମୟ ପରିବେଶ ସୃଷ୍ଟି ହୋଇଛି । ଏହି ଅବସରରେ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସପରିବାରରେ କଟକର ଦୁର୍ଗାପୂଜା ବୁଲି ଦେଖିବା ସହ ମା’ କଟକଚଣ୍ଡୀଙ୍କ ପୀଠରେ ମା’ଙ୍କ ଦର୍ଶନ କରି ରାଜ୍ୟର ବହୁବିଧ ଉନ୍ନତି କାମନା କରିଛନ୍ତି । ତେବେ ମନ୍ତ୍ରୀଙ୍କୁ କଟକ ମହାନଗର ନିଗମ ମେୟର ସୁବାସ ସିଂହ ପାଛୋଟି ନେଇ ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହ ବିଭିନ୍ନ ଅଞ୍ଚଳର ପୂଜା ମଣ୍ଡପ ପରିଦର୍ଶନ କରାଇଥିଲେ । ଏହି ଅବସରରେ ନିରାମୟ ଉପଦେଷ୍ଠା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ମୋନାଲିଶା ଦାସ, କର୍ପୋରେଟର ବସନ୍ତ କୁମାର ବେହେରା, ଶେଖ ବଜାର ପୂଜାକମିଟି ସମ୍ପାଦକ କିଶୋର ବେହେରା, ଦେବେନ୍ଦ୍ର ପାଣିଗ୍ରାହୀ, ସାକିଲ ଅଖତାର, କେଟରିଂ କର୍ମଚାରୀ ସଂଘର ସଭାପତି ବିନୋଦ ପଣ୍ଡା ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ପ୍ରଥମେ ଚଣ୍ଡୀ ମନ୍ଦିରରେ ମା’ଙ୍କ ଦର୍ଶନ କରାଇ ସ୍ଥାନୀୟ ଶେଖ ବଜାର ଚାନ୍ଦି ମେଢ଼ ଦେଖିବାକୁ ଯାଇଥିଲେ । ସେଠାରେ ପୂଜା ପୂଜା କମିଟି ତରଫରୁ ମନ୍ତ୍ରୀ ଓ ମେୟରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶେଖ ବଜାର ଚାନ୍ଦି ମେଢ଼ର ଉଚ୍ଚକୋଟୀର ତାରକସି କାର୍ଯ୍ୟ ଦେଖି ମନ୍ତ୍ରୀ ମୁଗ୍ଧ ହେବା ସହ ମଣ୍ଡପ ତରଫରୁ ଶୃଙ୍ଖଳିତ କାର୍ଯ୍ୟକ୍ରମକୁ ମନ୍ତ୍ରୀ ପ୍ରଶଂସା କରିବା ସହ ଭାଇଚାରା ୟର ସହର କଟକରେ ୧୨ମାସରେ ତେର ଜାତ ଲାଗି ରହିଥାଉ ବୋଲି ମା’ଙ୍କ ନିକଟରେ କାମନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *