ଚୌଦ୍ୱାର ରାସ୍ତା ଓ ପରିମଳ ବିପର୍ଯ୍ୟସ୍ତ ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ଦାବିପତ୍ର

ଚୌଦ୍ୱାର ରାସ୍ତା ଓ ପରିମଳ ବିପର୍ଯ୍ୟସ୍ତ ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ଦାବିପତ୍ର

News by Smrutiranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ ଐତିହାସିକ ଲକ୍ଷ୍ମୀପୂଜା ଓ ରୂପଯାତ୍ରା ପାଖେଇ ଆସୁଥିବାବେଳେ ସହରର ବିପର୍ଯ୍ୟସ୍ତ ରାସ୍ତା ଓ ପରିମଳ ସ୍ଥିତିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୌରପାଳିକା କର୍ତ୍ତୃପକ୍ଷ କୌଣସି ପ୍ରଦକ୍ଷେପ ଗ୍ରହଣ କରୁନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଆଜି ନଗର କଂଗ୍ରେସ ପକ୍ଷରୁ ଚୌଦ୍ୱାର ପୌରନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରୂପଯାତ୍ରା ପୂର୍ବରୁ ଓଟିଏମ୍ ବଜାର ଡ୍ରେସ ମାର୍କେଟରୁ ତଳବଜାର ନାଳ ପୋଲ ପର୍ଯ୍ୟନ୍ତ ଦବିଯାଇଥିବା ପେଭର ବ୍ଲକର ମରାମତି, ତିନିକୋଣିଆ ଯାତ୍ରା ପଡିଆ ଠାରୁ ବାଳିକା ବିଦ୍ୟାଳୟ ଦେଇ ଯାଇଥିବା ରାସ୍ତା, ୫୫ ନମ୍ବର ଏନ୍‌ଏଚ୍ ସଂଯୋଗ କରୁଥିବା ଶିଶୁମନ୍ଦିର ସମେତ ଅନ୍ୟ ରାସ୍ତାର ତୁରନ୍ତ ମରାମତି, ଅସ୍ଥାୟୀ ପାଇଖାନା ନିର୍ମାଣ ଆଦି ଦାବି ପୂରଣ ପାଇଁ କଂଗ୍ରେସ କର୍ମକର୍ତ୍ତାମାନେ ଦାବି କରିଛନ୍ତି । ଏହି ଅବସରରେ ଚୌଦ୍ୱାର କଂଗ୍ରେସର ସଭାପତି ବିଜୟ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଥିଲେ । ଏ ନେଇ ବିକ୍ଷୋଭକାରୀମାନେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ସହ ଆଲୋଚନା କରିଥିଲେ । ଯଦି ଆଗାମୀ ୭ ଦିନ ମଧ୍ୟରେ ଏହି ସବୁ ସମସ୍ୟାର ସମାଧାନ କରା ନଯାଏ ତେବେ ୨୫ ତାରିଖ ଦିନ ଚୌଦ୍ୱାର କଂଗ୍ରେସ ପକ୍ଷରୁ ପୌରକାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପିସିସି ସଦସ୍ୟ ରାଜୀବ୍ ମହାନ୍ତି, ସୁବାସ ସୁବୁଦ୍ଧିରାୟ, ହରିହର ପରିଡ଼ା, ଅଂଶୁମାନ ପ୍ରଧାନ, ସୌରଭ କୁମାର ଦାସ, ନାରୀ ନେତ୍ରୀ ଲିପ୍ସା ଚିନ୍ତାପଲ୍ଲୀ, ଶୁଭାଶିଷ ରାଉତ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *