ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମାଗଣା ରକ୍ତଦାନ ଶିବିର

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମାଗଣା ରକ୍ତଦାନ ଶିବିର

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଉପଲକ୍ଷେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡ଼ି ଗ୍ରାମପଞ୍ଚାୟତ ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆଠଗଡ଼ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଖଡି ମହାବିଦ୍ୟାଳୟ ପରିସରରେ ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଏକ ମହତ୍ ଦାନ ସହିତ ବିଜ୍ଞାନ ଯୁଗରେ ସବୁ ସମ୍ଭବ ହୋଇପାରୁଥିବା ବେଳେ ରକ୍ତର ବିକଳ୍ପ ନାହିଁ । ଯେଉଁଠି କେବଳ ରକ୍ତ ଦାନ ଦ୍ୱାରା ରକ୍ତର ଅଭାବ ପୂରଣ କରିହେବ । ତେଣୁ ଯୁବପିଢ଼ି ଏଭଳି କାର୍ଯ୍ୟକ୍ରମକୁ ଆଗକୁ ନେବା ସହିତ ଆଗାମୀ ଦିନମାନଙ୍କରେ ରକ୍ତ ସଂକଟକୁ ଦୂରେଇବା ନିମନ୍ତେ ସମସ୍ତେ ରକ୍ତଦାନ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଖଡି ଗ୍ରାମର ବାବା ବାଞ୍ଛେଶ୍ୱର ସେବା ସଂଗଠନ, ପ୍ରିନ୍ସ କ୍ଲବ୍‌, ସର୍ବ ମଙ୍ଗଳା ଯୁବକ ସଂଘ, ଆଠଗଡ଼ ବିଜୁ ଛାତ୍ର ଦଳର କର୍ମକର୍ତ୍ତାଙ୍କ ସମେତ କଖଡ଼ି ମହାବିଦ୍ୟାଳୟ ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏସସିବି ମେଡ଼ିକାଲ କଲେଜ୍ ଟ୍ରାନସଫ୍ୟୁଜନ ମେଡ଼ିସିନ ବିଭାଗର ଡାକ୍ତର ନିର୍ମଳା ଦାସ ଏବଂ ତାଙ୍କ ସହଯୋଗୀ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ୧୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସ୍ଥାନୀୟ ସରପଞ୍ଚ କଳ୍ପନା ଛତାରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ପ୍ରଦୀପ ମହାନ୍ତି, ସମାଜସେବୀ ଦିଲ୍ଲୀପ ଛତାର, ସୌମ୍ୟରଞ୍ଜନ ବାରିକ ପ୍ରମୁଖ ବହୁ ମୁରବୀ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ରକ୍ତଦାତାମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା ନିମନ୍ତେ ସମୂହ ଦୀପଦାନ କରା ଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *