ଆନ୍ଦୋଳନ ନେଇ ପରିବହନ କମିଶନରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ବିଫଳ

ଆନ୍ଦୋଳନ ନେଇ ପରିବହନ କମିଶନରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ବିଫଳ

ଆନ୍ଦୋଳନ ନେଇ ପରିବହନ କମିଶନରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ବିଫଳ

News by B.Mishra (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ରାଜ୍ୟରେ ବସ ମାଲିକ ସଂଘର ଅସନ୍ତୋଷ ବଢ଼ିବାରେ ଲାଗିଛି । ଲକ୍ଷାଧିକ ଟଙ୍କା ଋଣ କରି ବସ ବ୍ୟବସାୟରେ ପାଦ ଥାପି ଆତ୍ମ ନିର୍ଭରଶୀଳ ହେବାକୁ ଚାହିଁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟସରକାର ପୂର୍ଣ୍ଣଛେଦ ପକାଇବାକୁ ବସିଥିବା ଅଭିଯୋଗ କରିଛି ବସ ମାଲିକ ସଂଘ । ପ୍ରଥମେ ମୋ ବସ ଏବଂ ପରେ ଲକ୍ଷ୍ମୀଯୋଜନାରେ ବସ ଚଳାଚଳ ଯୋଗୁଁ ଘରୋଇ ବସ ସମ୍ପୂର୍ଣ୍ଣ ଅଚଳ ହୋଇଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ବସ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚରମ ନିଷ୍ପତ୍ତି ନେଇଛି । ତେବେ ଅଲ୍ ଓଡ଼ିଶା ବସ ମାଲିକ ସଂଘ ଆନ୍ଦୋଳନ ପ୍ରସଙ୍ଗରେ ଆଜି ପରିବହନ କମିଶନରଙ୍କ ସହ ଘରୋଇ ବସ ସଂଘର ଆଲୋଚନା ହୋଇଛି । ହେଲେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୨ ତାରିଖରେ ମାଲକାନଗିରି ଓ ୧୦ ତାରିଖରେ ବସ୍ ଚଳାଚଳ ବନ୍ଦ ଏବେ ବି ବଳବତ୍ତର ରହିଛି ବୋଲି କହିଛି ସଂଘ । ମାତ୍ର ଏହି ଆଲୋଚନା ବିଫଳ ହୋଇଥିବା ଜଣାଯାଇଛି । ଅନ୍ୟପଟେ ଲକ୍ଷ୍ମୀ ଯୋଜନାରେ ବହୁ ଲୋକଙ୍କ ଗମନାଗମନ ସୁଗମ ହେବ ବୋଲି କହିଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଅନ୍ୟପଟେ କୌଣସି ଡ୍ରାଇଭର ବା ବସ ମାଲିକଙ୍କ କୌଣସି ଅସୁବିଧା ହେବନି ବୋଲି ମଧ୍ୟ ସେ କହିଛନ୍ତି । ସେହିଭଳି ଆଗକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ଏନେଇ ଜୟପୁର ଘରୋଇ ବସ୍ ମାଲିକ ସଂଘର ସଂପାଦକ ନରେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ