News by Maheswar Behera (Athagarh)

ଆଠଗଡ଼ ଅପହରଣ ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଗିରଫ କଲା ମାଣିଆବନ୍ଧ ପୁଲିସ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅପହରଣ କରି ନେଇ ଯୁବକକୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁମାନଙ୍କୁ ଗିରଫ କରିଛି ମାଣିଆବନ୍ଧ ପୁଲିସ । ଗତ ସେପ୍ଟେମ୍ବର ୨ ତାରିଖରେ ମାଣିଆବନ୍ଧ ଥାନା ଯୋଡୁମୁ ଗାଁର ଯୁବକ ସନ୍ତୋଷ ବିଶ୍ୱାଳଙ୍କୁ ବିଭତ୍ସ ହତ୍ୟା ଘଟଣାର ଖୁଲାସା କରିଛନ୍ତି କଟକ ଜିଲ୍ଲା ଅତିରିକ୍ତ ଏସ୍ପି କୃଷ୍ଣପ୍ରସାଦ ପଟ୍ଟନାୟକ । ହତ୍ୟାକାଣ୍ଡ ଘଟଣା ଦିନ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ରହିଥିଲେ ସେହିଦିନ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ତିନୋଟି ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇ ମାଣିଆବନ୍ଧ ପୁଲିସ ମୂଖ୍ୟ ଅଭିଯୁକ୍ତ ଗୌତମ ରାଉତ ସମେତ ୪ଜଣକୁ ଗିରଫ କରିଛି । ପୂର୍ବରୁ ଜଣକୁ ଗିରଫ କରାଯାଇଥିବା ବେଳେ ଆଜି ୪ ଜଣକୁ ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଚଢାଉ କରି ଗିରଫ କରିବା ସହ ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ, ଠେଙ୍ଗା, ବ୍ୟବହୃତ ଦଉଡି ଓ ମୋବାଇଲ ଜବତ କରିଥିବା ଆଠଗଡ଼ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି କୃଷ୍ଣ ପ୍ରସାଦ ପଟ୍ଟନାୟକ । ତେବେ ଏବେବି ଜଣେ ଅଭିଯୁକ୍ତ ଫେରାର ରହିଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ମାଣିଆବନ୍ଧ ଥାନା ଜୋଡୁମ ଗ୍ରାମର ଦାମୋଦର ବେହେରାଙ୍କ ପୁଅ ଦିଲ୍ଲୀପ ବେହେରା ୩୪ ସୁରେଶ ବେହେରା ୩୦ ଲକ୍ଷ୍ମୀଧର ରାଉତଙ୍କ ପୁଅ ଗୌତମ ରାଉତ ୨୪ ଏବଂ ତାଙ୍କ ଭିଣୋଇ ସୂର୍ଯ୍ୟକାନ୍ତ ପ୍ରଧାନ ୩୮ ଏବଂ ଷଡ଼ଯନ୍ତ୍ର କାରୀ ଭଗବାନ ବେହେରାଙ୍କ ପୁଅ ସମୀର ବେହେରା ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନେ ଏ ହତ୍ୟାକାଣ୍ଡ ଭିଆଇଛନ୍ତି ବୋଲି ପୁଲିସ ଆଗରେ ମାନିଛନ୍ତି ।

Leave a Reply

Your email address will not be published. Required fields are marked *