କଖଡ଼ି ପଞ୍ଚାୟତରେ କୃଷି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ

କଖଡ଼ି ପଞ୍ଚାୟତରେ କୃଷି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡି ପଞ୍ଚାୟତ ଠାରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କଖଡି ଠାରୁ କପୁରି ସିଂ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ଓ ସମ୍ପସାରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ତେବେ କଟକ ପୁରୁଣା ସମ୍ବଲପୁର ରାଜପଥ ଠାରୁ ବିଭକ୍ତ ହୋଇ ରାସ୍ତାଟି ଦୀର୍ଘଦିନ ହେବ ଅବ୍ୟବସ୍ଥାରେ ରହିଥିଲା । ଶତାଧିକ ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର କରି ଯାତାୟାତ ମଧ୍ୟ କରିଥାନ୍ତି । ରାସ୍ତାଟି ଅତି ପୁରୁଣା ହୋଇଯାଇଥିବାରୁ ଲୋକମାନେ ଯାତାୟତରେ ମଧ୍ୟ ନାନାଦି ସମସ୍ୟା ସମ୍ମୁଖୀନ ହେଉଥିଲେ । ତେଣୁ ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଏହି ରାସ୍ତାର ଉନ୍ନତି କରଣ କାମ ନିମନ୍ତେ ମନ୍ତ୍ରୀ ଏହାକୁ ଶିଳାନ୍ୟାସ କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତେବେ ଉକ୍ତ ରାସ୍ତାର ଦର୍ଘ୍ୟ ୭ କିଲୋ ମିଟର ହୋଇଥିବା ବେଳେ ପ୍ରସ୍ଥ ୭ ମିଟର ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସେହିଭଳି ରାସ୍ତାର ଉନ୍ନତି ନିମନ୍ତେ ୭କୋଟି ୬ଲକ୍ଷ ୮୦ହଜାର ୨୫୩ ଟଙ୍କାର ଆର୍ôଥକ ଅନୁଦାନ ପ୍ରଦାନ କରାଯାଇଥିବାବେଳେ ଆଠଗଡ଼ର ଆରଆଣ୍ଡବି ବିଭାଗ ଦ୍ୱାରା ଏହି କାର୍ଯ୍ୟ କରାଯିବ । ସହିତ ଦୀର୍ଘ ୯ମାସ ଭିତରେ କାର୍ଯ୍ୟ ଶେଷ ହେବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତେବେ ଉକ୍ତ ରାସ୍ତାଟି ସମ୍ପୂର୍ଣ୍ଣ କରିବା ପାଇଁ ଏ କ୍ଲାସ କଣ୍ଟାକ୍ଟର ମନୋଜ କୁମାର ନାୟକ ଏହାର ଦାୟିତ୍ୱ ବହନ କରିଛନ୍ତି । ଏଥି ସହିତ କଖଡି ପଞ୍ଚାୟତର ଥିବା ମହାବିଦ୍ୟାଳୟରେ ନୂତନ ଶ୍ରେଣୀଗୃହକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଦ୍ଘାଟନ କରିବା ସହିତ ପଞ୍ଚାୟତରେ ହେବାକୁ ଥିବା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି । ସ୍ଥାନୀୟ ସରପଞ୍ଚ କଳ୍ପନା ଛତାରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟାଙ୍ଗୀ ଚୌଦ୍ୱାର ବ୍ଲକ ବିଡିଓ ଆଶୁତୋଷ ମିଶ୍ର, ଆରଆଣ୍ଡବି ବିଭାଗ ଏସ୍‌.ଡି.ଓ. ଦିନେଶ କୁମାର ସାହୁ, ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରଭାତ କୁମାର ବେହେରା, ଆଠଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ମିନତି ଆଚାର୍ଯ୍ୟ, ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ମଲ୍ଲିକ, ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ୨ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ମିନତି ଗଗରାଇ, ସମିତିସଭ୍ୟ ପ୍ରଦୀପ କୁମାର ମହାନ୍ତି, ମଞ୍ଚେଶ୍ୱର୍ ସରପଞ୍ଚ ଜ୍ୟୋତିମୟୀ ସାହୁ, ସମିତିସଭ୍ୟ ରୀନାରାଣୀ ସାହୁ, ଓରନ୍ଦା ସରପଞ୍ଚ ବିନ୍ଦୁବାସିନୀ ଦାସ, ସମିତିସଭ୍ୟ ଚିରନ୍ମୟୀ ବିଶ୍ୱାଳ, ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ରାୟଙ୍କ ସମେତ ଗ୍ରାମ୍ୟ କମିଟି ସଭାପତି ଦିଲୀପ ଛତାରଙ୍କ ସମେତ ପଞ୍ଚାୟତର ଶତାଧିକ ସମର୍ଥକ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *