ସଂଯୋଗ ଟୁଡେର ଦ୍ୱିତୀୟ ବାର୍ଷିକୋତ୍ସବ
‘ସମ୍ପ୍ରତି ସାମାଜିକ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ’

News by Aditya Paital (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ସାମାଜିକ ଗଣମାଧ୍ୟମ ସଂଯୋଗ ଟୁଡେ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ତଥା ସଂଯୋଗ ଉତ୍କର୍ଷ ସମ୍ମାନ-୨୦୨୩ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ଦୁନିଆରେ ସାମାଜିକ ଗଣମାଧ୍ୟମ ଭୁମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତଦେବା ସହ ସଂଯୋଗ ଟୁଡେର କାର୍ଯ୍ୟ ଶୈଳୀ ଉପରେ ବେଶ ପ୍ରଶଂସା କରିଥିଲେ । ଡ. ଅର୍ଜୁନ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୋଗୁଁ ସାଧାରଣ ଲୋକ ଭିଭିନ୍ନ କ୍ଷେତ୍ରରେ ଉପକୃତ ହୋଇପାରୁଥିବା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଇଂ. ଅକ୍ଷୟ ବେହେରା, ସମାଜସେବୀ ସନ୍ତୋଷ କୁମାର ନାଥ, ବାରଙ୍ଗ ବ୍ଲକ ମିଶନ ଶକ୍ତି ଅଧ୍ୟକ୍ଷା ସୁମିନା ପ୍ରଧାନ, ବିଏମସି ଶିକ୍ଷା କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ, ସମାଜସେବୀ ପ୍ରସନ୍ନ ସାହୁ, ବାରଙ୍ଗ ବିକାଶ ମଞ୍ଚର ଅଧ୍ୟକ୍ଷ ବସନ୍ତ ମହାପାତ୍ର, ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗଦେଇ ସମାଜିକ ଗଣମାଧ୍ୟମ ବର୍ତ୍ତମାନ ଯୁଗର ସର୍ବଶ୍ରେଷ୍ଠ ମାଧ୍ୟମ ପାଲଟିଥିବା କହିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ସାମାଜିକ ସଙ୍ଗଠନ, ରାଜନୈତିକ ବ୍ୟକ୍ତିବିଶେଷ, ସମାଜସେବୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀମାନଙ୍କୁ ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୩ରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଚନ୍ଦକା ମହାବିଦ୍ୟାଳୟର କ୍ରୀଡା ପ୍ରାଧ୍ୟାପକ ସୁରେଶ ମହାନ୍ତି ଓ ସଂଯୋଗ ଟୁଡେ ପରିବାରର ସଦସ୍ୟ ସଦସ୍ୟାମାନେ ପରିଚାଳନା କରିଥିବା ବେଳେ, ପ୍ରତିଷ୍ଠାତା ସୁଧିର ସାହୁ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *