ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳଙ୍କ ମାତୃ ବିୟୋଗ

ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳଙ୍କ ମାତୃ ବିୟୋଗ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ ମାତା ନୟନା ବିଶ୍ୱାଳ(୬୩)ଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକ ଖବର ପାଇଁ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଜେଡି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀରଞ୍ଜନ ବିଶ୍ୱାଳ, ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ବିଧାୟକ ଡ. ପ୍ରଭାତ ବିଶ୍ୱାଳ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବିଜେଡି ନଗର ସଭାପତ ମଧୁସୂଦନ ସାହୁ, ସିଏମସି ମେୟର ସୁବାଷ ସିଂ, ଉପଜିଲ୍ଲାପାଳ କମଲଜିତ ଦାସ, ତହସିଲଦାର ମାନସ ଭୋଇ, ଜୋନ ଏସସିପି ତାପସ ଚନ୍ଦ୍ର ପ୍ରଧାନ, ଆଇଆଇସି ଯତୀନ କୁମାର ସେଠୀ, ସମସ୍ତ କର୍ପୋରେଟର ଏବଂ ସମସ୍ତ ବିଜେଡି ୱାର୍ଡ ସଭାପତି, ପଦାଧିକାରୀ, ଛାମୁଆଁ ସଂଗଠନର ସଦସ୍ୟ, ସମସ୍ତ ପରିବାର ସଦସ୍ୟ, ଡକ୍ଟର ବିଶ୍ୱାଳଙ୍କ ବଡ ମାମୁଁ ଅଜୟ କୁମାର ମୁଳିଆ, ମାଇଁ ମମତା ମୁଳିଆ, ସାନ ଭାଇ ଅଞ୍ଜନ ବିଶ୍ୱାଳ, ପିତା ଗନ୍ଧର୍ବ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗୟା ବିଶ୍ୱାଳଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା । ବଡ ପୁଅ ରଞ୍ଜନ ମୁଖାଗ୍ନି ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *