କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ମୃତ୍ୟୁ

କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ମୃତ୍ୟୁ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ଥ ପଞ୍ଚାୟତର ପଦନପୁର ଗ୍ରାମରେ ବଜ୍ରପାତ ଯୋଗୁଁ ଏହି କୃଷକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ କୁଳମଣି ଦାସ (୪୪) ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଅପରାହ୍ନରେ କୁଳମଣି କ୍ଷେତରେ କାମ କରୁଥିବାବେଳେ ଘନଘନ ବିଜୁଳି ଘଡ଼ଘଡ଼ି ମାରିଥିଲା । ତେବେ ସେ କ୍ଷେତରେ ଥିବାବେଳେ ହଠାତ ବଜ୍ରପାତ ହେବାରୁ ସେଠାରେ ପଡ଼ିଯାଇଥିଲେ । ଆଖପାଖରେ ଥିବା ଲୋକେ ତାଙ୍କୁ ଉଠାଇ ସ୍ଥାନୀୟ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ଗାଁରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ବଜ୍ରପାତରେ ଅପମୃତ୍ୟୁ ହୋଇଥିବାରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ବାବଦରେ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ଏ ନେଇ ସୂଚନା ପାଇବା ପରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ମେଡ଼ିକାଲରେ ପହଞ୍ଚି ମୃତକଙ୍କୁ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ମୃତକଙ୍କ ପରିବାରକୁ କିଭଳି ସରକାରୀ ଅନୁଦାନ ଯଥାଶୀଘ୍ର ମିଳିପାରିବ ସେ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *