ବାରଙ୍ଗରେଗୋ ମାଂସ ବୋଝେଇ ଆଇଚର ଗାଡି ଜବତ, ପୁଲିସର ତଦନ୍ତ ଜାରି

ବାରଙ୍ଗରେଗୋ ମାଂସ ବୋଝେଇ ଆଇଚର ଗାଡି ଜବତ, ପୁଲିସର ତଦନ୍ତ ଜାରି

ବାରଙ୍ଗରେଗୋ ମାଂସ ବୋଝେଇ ଆଇଚର ଗାଡି ଜବତ, ପୁଲିସର ତଦନ୍ତ ଜାରି

News by Aditya Kumar Paital (Baranga)

#ବାରଙ୍ଗ(ଏନ୍‌.ଏମ୍‌.): ରାଜ୍ୟରେ ବେଆଇନ ଗୋମାଂସ ଚାଲଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିଲେ ମଧ୍ୟ ବେଆଇନ ଗୋମାଂସ ଚାଲଣକାରୀଙ୍କ ଉପରେ ଲଗାମ ନାହିଁ । ସ୍ଥାନୀୟ ବାରଙ୍ଗ, ବାଲିକୁଦା ମୁଖ୍ୟ ରାସ୍ତାରେ ନରଣପୁର ନିକଟ ଡିଅନ ଆପାର୍ଟମେଣ୍ଟ ଠାରେ ଏକ ଗୋମାଂସ ବୋଝଇ ହୋଇଥିବା ଏମଏଚ ୧୩ ସିୟୁ ୩୩୩୩ ନମ୍ବର ବିଶିଷ୍ଟ ଆଇଚର ଗାଡି ଧରା ହୋଇଥିବା ଜଣାପଡ଼ିଛି । ଗୋ-ମାଂସ ବୋଝଇ କରିନେଇ ଆସୁଥିବାବେଳେ ସ୍ଥାନିୟ ଲୋକମାନେ ଜାଣିପାରି ଉକ୍ତ ଗାଡିଟିକୁ ଅଟକାଇ ଗାଡିର ଡ୍ରାଇଭର ଓ ହେଲପରକୁ ଅଟକ ରଖି ଥାନାକୁ ଖବର ଦେଇଥିଲେ । ଖବର ପାଇ ବାରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଉଭୟକୁ ଥାନାକୁ ନେଇ ପଚରାଉଚରା କରୁଛି । ଗାଡିରେ ପ୍ରାୟ ୭ଟନ ଗୋମାଂସ ଥିବା ଅନୁମାନ କରାଯାଉଛି । ଗାଡିଟି ମହାରାଷ୍ଟ୍ରର ଥିଲାବେଳେ ଡ୍ରାଇଭର ଜଣକ ଆନ୍ଧ୍ରପ୍ରଦେଶକୁ ଗୋମାଂସ ଚାଲାଣ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ