ଠିକା ବିଦ୍ୟୁତ୍ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଧାରଣା

ଠିକା ବିଦ୍ୟୁତ୍ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଧାରଣା

News By Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ଟିପିସିଓଡିଏଲରେ ଠିକାଦାରୀ କରୁଥିବା ବୁଦ୍ଧମ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ୍‌ର କର୍ତ୍ତୁପକ୍ଷ ଜଣେ ଠିକା କର୍ମଚାରୀଙ୍କୁ ଡାକି ଦୁର୍ବ୍ୟବହାର କରିବା ପ୍ରତିବାଦରେ ଆଜି କଟକ ବାଦାମବାଡି ସ୍ଥିତ ସିଡିଡି-୧ରେ କାର୍ଯ୍ୟରତ ତଥା ଠିକା ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଠିକା ଶ୍ରମିକଙ୍କ ନେତୃତ୍ୱ ନେଉଥିବା ସତ୍ୟବ୍ରତ ସ୍ୱାଇଁଙ୍କୁ ଜଗତପୁର ସ୍ଥିତ କାର୍ଯ୍ୟାଳୟକୁ ଡାକି ତାଙ୍କ ମୋବାଇଲ ଛଡାଇନେବା ସହ ଦୁର୍ବ୍ୟବହାର କରିବାକୁ କର୍ତ୍ତୃପକ୍ଷ ପଛାଇନଥିଲେ । ତେବେ ଶ୍ରୀ ସ୍ୱାଇଁ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ଏହାପରେ ଶ୍ରୀ ସ୍ୱାଇଁ ଯେତେବେଳେ ଡ୍ୟୁଟି କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ତାଙ୍କୁ ଠିକାଦାର କାର୍ଯ୍ୟାଳୟରେ ପୁରାଇ ଦେଇନଥିଲେ । ତେବେ କର୍ତ୍ତୃପକ୍ଷଙ୍କ ଏଭଳି ହିଟଲରୀ ନୀତି ପ୍ରତିବାଦରେ ଆଜି ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଙ୍ଘ ପକ୍ଷରୁ ଟିପିସିଓଡିଏଲର ସମସ୍ତ ଡିଭିଜନରେ କର୍ମଚାରୀମାନେ ଧାରଣାରେ ବସି ପ୍ରତିବାଦ କରିଥିଲେ । ଏହି ଅବସରରେ ସଂଘର ଉପଦେଷ୍ଠା ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ବାଦାମବାଡି ସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଧାରଣାରେ ବସିରହି ଶ୍ରୀ ସ୍ୱାଇଁଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ନାରାବାଜି କରିବା ସହ ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଯଦି ଏହି ଘଟଣାର ତୁରନ୍ତ ସମାଧାନ କରାନଯାଏ ତାହାଲେ ଏହି ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଧାରଣାରେ ସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡାଙ୍କ ସମେତ ଶତାଧିକ ଠିକା ଶ୍ରମିକ ଉପସ୍ଥିତ ଥିଲେ ।ଟିପିସିଓଡିଏଲରେ ଠିକାଦାରୀ କରୁଥିବା ବୁଦ୍ଧମ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ୍‌ର କର୍ତ୍ତୁପକ୍ଷ ଜଣେ ଠିକା କର୍ମଚାରୀଙ୍କୁ ଡାକି ଦୁର୍ବ୍ୟବହାର କରିବା ପ୍ରତିବାଦରେ ଆଜି କଟକ ବାଦାମବାଡି ସ୍ଥିତ ସିଡିଡି-୧ରେ କାର୍ଯ୍ୟରତ ତଥା ଠିକା ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଠିକା ଶ୍ରମିକଙ୍କ ନେତୃତ୍ୱ ନେଉଥିବା ସତ୍ୟବ୍ରତ ସ୍ୱାଇଁଙ୍କୁ ଜଗତପୁର ସ୍ଥିତ କାର୍ଯ୍ୟାଳୟକୁ ଡାକି ତାଙ୍କ ମୋବାଇଲ ଛଡାଇନେବା ସହ ଦୁର୍ବ୍ୟବହାର କରିବାକୁ କର୍ତ୍ତୃପକ୍ଷ ପଛାଇନଥିଲେ । ତେବେ ଶ୍ରୀ ସ୍ୱାଇଁ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ଏହାପରେ ଶ୍ରୀ ସ୍ୱାଇଁ ଯେତେବେଳେ ଡ୍ୟୁଟି କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ତାଙ୍କୁ ଠିକାଦାର କାର୍ଯ୍ୟାଳୟରେ ପୁରାଇ ଦେଇନଥିଲେ । ତେବେ କର୍ତ୍ତୃପକ୍ଷଙ୍କ ଏଭଳି ହିଟଲରୀ ନୀତି ପ୍ରତିବାଦରେ ଆଜି ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଙ୍ଘ ପକ୍ଷରୁ ଟିପିସିଓଡିଏଲର ସମସ୍ତ ଡିଭିଜନରେ କର୍ମଚାରୀମାନେ ଧାରଣାରେ ବସି ପ୍ରତିବାଦ କରିଥିଲେ । ଏହି ଅବସରରେ ସଂଘର ଉପଦେଷ୍ଠା ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ବାଦାମବାଡି ସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଧାରଣାରେ ବସିରହି ଶ୍ରୀ ସ୍ୱାଇଁଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ନାରାବାଜି କରିବା ସହ ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଯଦି ଏହି ଘଟଣାର ତୁରନ୍ତ ସମାଧାନ କରାନଯାଏ ତାହାଲେ ଏହି ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଧାରଣାରେ ସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡା, ଦିଲ୍ଲୀପ କୁମାର ସାହୁ, ପବିତ୍ର ନାୟକ, ଚିନ୍ମୟ ପଣ୍ଡାଙ୍କ ସମେତ ଶତାଧିକ ଠିକା ଶ୍ରମିକ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *