ଆଖିଧରା ରୋଗ ଓ ଚିକିତ୍ସା ନେଇ ସଚେତନତା ଶିବିର

ଆଖିଧରା ରୋଗ ଓ ଚିକିତ୍ସା ନେଇ ସଚେତନତା ଶିବିର

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ଆଖିଧରା ରୋଗ ବୃଦ୍ଧି ପାଇବାରେ ଲାଗିଛି । ଆବାଳ ବୃଦ୍ଧ ବନିତା ଏବେ ଆଖିଧରା ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଏଥିରୁ କିଭଳି ସୁରକ୍ଷା ମିଳିବ ସେ ନେଇ ବସୁଧୈବ କୁଟୁମ୍ବକମ ମିଶନ ଏବଂ ଦି ଲିଙ୍କ ଆଇ ହସ୍ପିଟାଲ ଚକ୍ଷୁ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଲିଙ୍କରୋଡସ୍ଥିତ ଏହି ଚକ୍ଷୁଚିକିତ୍ସା ଶିବିରରେ ଅଭିଜ୍ଞ ଡାକ୍ତରଙ୍କୁ ନେଇ ଏହି କର୍ମଶାଳା ହୋଇଥିବାବେଳେ ବହୁ ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଓ ବରିଷ୍ଠ ନାଗରିକମାନେ ଏହି ରୋଗର ନିରାକରଣ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ତେବେ ଏହା ଏକ ଋତୁକାଳୀନ ରୋଗ ହୋଇଥିବାରୁ ବିଶେଷ କରି ଏହି ମାସରେ ଅଧିକ ସଂକ୍ରମିତ ହୋଇଥାଏ ବୋଲି ବିଶେଷଜ୍ଞ କହିବା ସହ ଏହାର ପ୍ରତିକାର ଓ ଉପଚାର ସମ୍ପର୍କରେ ମଧ୍ୟ କହିଥିଲେ । ପୁନଶ୍ଚ ଏହି ରୋଗକୁ ଗାଁଉଲି ଉପଚାର ନକରି ବୈଜ୍ଞାନିକ ପଦ୍ଧତିରେ ଚିକିତ୍ସାକଲେ ଚକ୍ଷୁ ନଷ୍ଟ ହେବାରୁ ରକ୍ଷା ପାଇବ ବୋଲି କହିଥିଲେ । ବସୁଧୈବ କୁଟୁମ୍ବକମ ସଭାପତି ଆଲୋକ କୁମାର ସାହୁ, ସମ୍ପାଦକ ଶ୍ରୀନିବାସ ରଣା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ସରୋଜ ତ୍ରିପାଠୀ, ପରିବେଶବିତ ସରୋଜ ରଥ, ଅଷ୍ଟାଦଶ ଗଭର୍ଣ୍ଣର ସୁବାଶିଷ ସୁ, ଶ୍ରଦ୍ଧାସବୁରୀ ସେବା ସଂଘ ଦୀପାଞ୍ଜଳୀ ସାହୁ, ମମତା ଜେନା, ପ୍ରିୟମ୍ବଦା ନାୟକପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *