ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହିଦ ନଗର ଥାନା ଏଏସଆଇ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହିଦ ନଗର ଥାନା ଏଏସଆଇ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହିଦ ନଗର ଥାନା ଏଏସଆଇ

News by Smruti Ranjan Tripathy (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ । ଗୋଟିଏ ପଟେ କମିଶନରେଟ ପୁଲିସ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଅଣ୍ଟାଭିଡିଥିବାବେଳେ କେତେକ ଲାଞ୍ଚଖୋର ଅଧିକାରୀଙ୍କ ଯୋଗୁଁ ସମ୍ପୂର୍ଣ୍ଣ ପୁଲିସ ୧୫ ହଜାର ଲାଞ୍ଚ ନେଲାବେଳେ ସହିଦ ନଗର ଥାନା ଇଝଓ ମମତା ବସ୍ତିଆଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି । ମମତା ଏକ ମାମଲାରେ ସହଯୋଗ କରିବା ପାଇଁ ଜଣେ ଏତଲାକାରୀଙ୍କ ଠାରୁ ଆଜି ଲାଞ୍ଚ ନେଇଥିଲେ । ଏନେଇ ଏତଲାକାରୀ ଜଣଙ୍କ ପୂର୍ବରୁ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ । ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲେ । ଆଜି ମମତା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ପରେ ଭିଜିଲାନ୍ସ ମମତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ଏହା ସହ ମମତାକୁ ଭିଜିଲାନ୍ସ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ମମତାଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ